ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫୋକସ ପ୍ଲସ(ନବରଙ୍ଗପୁର)୨୩/୦୮/୨୦୨୨: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ମକା ଫସଲ ନଷ୍ଟରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଇତ୍ୟାଦି ୧୦ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ଅବସରରେ ଏକ ଶୋଭାଯାତ୍ରାରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ , ଆଦିବାସୀ ଜନଜାତି ଅଧିକାର ମଞ୍ଚ , ଓଡ଼ିଶା ଆଦିବସୀ ଅଧିକାର ମଞ୍ଚ ଓ ଓଡ଼ିଶା କୃଷକ ସଭା ପକ୍ଷରୁ ମଳିତ ଭାବେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଧାରଣାସ୍ଥଳରରେ ଅତିରକ୍ତ ଜିଲାପାଳ ପହଞ୍ଚି ଆଲୋଚନା କରିବା ସହ ତୁରନ୍ତ ସମାଧାନ କରିବାକୁ କହିବା ସହ ଦାବିପତ୍ର ଗ୍ରହଣ କରିଥିଲେ । ଏଥିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ଜିଲା ସଭାପତି ଦିବାକର ପୂଜାରୀ , ଆଦିବାସୀ ଜନଜାତି ଅଧିକାର ମଞ୍ଚର ଅଧ୍ୟକ୍ଷା ହାରାବତୀ ଗଣ୍ଡ , ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ଜିଲା ସମ୍ପାଦକ ରାଜେଶ ଜାନୀ , ସହସମ୍ପାଦକ ସଲିମଧର ଜାନୀ , ଉପସଭାପତି ନୁଆଖାଉ ଭତରା , ଓଡ଼ିଶା କୃଷକ ସଭା ଜିଲା ସଭାପତି ସବି ସାନ୍ତା , ସହସମ୍ପାଦକ ରବି ସାନ୍ତା , ଡିୱାଇଏଫ୍‌ଆଇ ଜିଲା ସହସମ୍ପାଦକ ଅଦୁ ସାନ୍ତା , ପୁରୁଷୋତ୍ତମ ସାନ୍ତା , ଅର୍ଜୁନ ସାନ୍ତା ଓ ଝରିଗାଁ ବ୍ଲକ ଚିତାବେଡା ସରପଞ୍ଚ ପଦ୍ମନ ସାନ୍ତା ପ୍ରମୁଖ ନେତୃତ୍ବ ନେଇଥିଲେ

ନବରଙ୍ଗପୁର ରୁ ପଙ୍କଜ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *