ଜାଲିଆତି କରିବାରେ ପ୍ରଶାସନିକ ଅଧିକାରୀ ଙ୍କ ହାତ ଥିବା ସନ୍ଦେହ
କଳାହାଣ୍ଡି:(ରଞ୍ଜନ କୁମାର ମହାନ୍ତି) (ଫୋକସ ପ୍ଲସ)କଣ୍ଟାବାଞ୍ଜି ହେଉଛି ପଶ୍ଚିମ ଓଡିଶା ର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ | ପଶ୍ଚିମ ଓଡିଶାବାସୀ ବ୍ୟବସାୟ ପାଇଁ ରାୟପୁର ପରେ କଣ୍ଟାବାଞ୍ଜି ଉପରେ ନିର୍ଭର କରିଥାନ୍ତି | ହୋଲସେଲ ମାର୍କେଟ ପାଇଁ ଆଖପାଖ ଅଞ୍ଚଳରେ କଣ୍ଟାବାଞ୍ଜି ସହର ବେଶ ପ୍ରସିଦ୍ଧ | କଳାହାଣ୍ଡି, ବଲାଙ୍ଗୀର, ତଥା ନିକଟବର୍ତ୍ତ ଅନ୍ୟ ଜିଲ୍ଲା ମାନଙ୍କ ବ୍ୟବସାୟୀ ମାନେ କଣ୍ଟାବାଞ୍ଜି ସହର ଉପରେ ନିର୍ଭର କରିଥାନ୍ତି | ପ୍ରତିଦିନ ଭବାନୀପାଟଣା, ନର୍ଲା, ଜୁନାଗଡ, ବୋର୍ଡା, ବଲାଙ୍ଗୀର, ବଙ୍ଗୋମୁଣ୍ଡା, ଟିଟିଲାଗଡ, ଖରିଆର ପ୍ରଭୁତି ସ୍ଥାନ ମାନଙ୍କୁ କଣ୍ଟାବାଞ୍ଜି ସହରରୁ ଶହ ଶହ ମାଲ ବୋଝେଇ ହୋଇ ଗାଡି ମାନଙ୍କରେ ଜିନିଷ ପତ୍ର ଭର୍ତ୍ତି କରି ନିଆଯାଉଥିବା ନଜିର ରହିଛି | କେବଳ ଏତିକି ନୁହେଁ ନକଲି ବ୍ରାଣ୍ଡର ଜିନିଷ ପତ୍ର ତିଆରି କରି କିଛି ବ୍ୟକ୍ତି ରାତାରାତି କୋଟି କୋଟି ଟଙ୍କା ଆୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି | କିଛି ଦିନ ତଳେ କଣ୍ଟାବାଞ୍ଜି ଏବଂ ନର୍ଲା ଅଞ୍ଚଳ ର ଦୁଇ ଜଣ ବ୍ୟକ୍ତି ପାଞ୍ଚ ଶହ ଟଙ୍କିଆ ନୋଟ ବଦଳରେ ଶହେ ଟଙ୍କିଆ ନୋଟ ଅଦଳ ବଦଳ ସମୟରେ ଦୁର୍ବୁର୍ତ୍ତ ମାନେ ୯ ଲକ୍ଷ ୮୦ ହଜାର ଟଙ୍କା ନେଇ ଫେରାର ହେଇଥିବା ଘଟଣା କେସିଙ୍ଗା ଥାନାରେ ଏକ ମାମଲା ମଧ୍ୟ ଦାୟର ହେଇଥିଲା |କଣ୍ଟାବାଞ୍ଜି ସହର ମଧ୍ୟରେ ନକଲି ବ୍ରାଣ୍ଡ ପ୍ରସ୍ତୁତି କରୁଥିବା କିଛି କାରଖାନା ମାନଙ୍କରେ ମଧ୍ୟ ଛାପା ପଡୁଥିବା ନଜିର ରହିଛି | ହେଲେ ଏ ମାନଙ୍କ ସମସ୍ତଙ୍କ ଉର୍ଦ୍ଧ୍ବରେ ରହିଛି କଣ୍ଟାବାଞ୍ଜିର ଭଗବତୀ ସାଇକେଲ ଷ୍ଟୋର | ଦିନ ଦୁଇ ପ୍ରହରରେ ଦିବାଲୋକରେ କୋକଙ୍କୁ ଲଣ୍ଠନ ଦେଖେଇ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କୁ ଟ୍ୟାକ୍ସ ଫାଙ୍କୁଛି | ଉକ୍ତ ସଂସ୍ଥାର ପ୍ରୋପାଇଟର କଣ୍ଟାବାଞ୍ଜି ସହରର ବିକାଶ କୁମାର ଅଗ୍ରୱାଲ ବୋଲି ଶୁଣାଯାଉଛି | ନୂଆଁ ବ୍ୟବସାୟ ଆରମ୍ଭ କରିବାକୁ ଯାଇ ନର୍ଲାର ଜଣେ ବ୍ୟବସାୟୀ କଣ୍ଟାବାଞ୍ଜିର ବିକାଶ ଅଗ୍ରୱାଲ ଖୋଲିଥିବା ହାର୍ଡୱେର ହୋଲସେଲ ଦୋକାନ, ଭଗବତି ସାଇକିଲ ଷ୍ଟୋରକୁ ଯାଇ ତାଙ୍କ ପାଖରୁ ପାଖା ପାଖି ୫ ଲକ୍ଷ ଟଙ୍କାର ସାମଗ୍ରୀ କ୍ରୟ କରିଥିଲେ | ହେଲେ ସମସ୍ତ ସାମଗ୍ରୀ ର କଚା ବିଲ ବନେଇ ସାମଗ୍ରୀ ପଠେଇ ଥିଲେ | ଏବଂ ଜଣେ ଡିଲର ହେଇ ପ୍ରାୟତଃ ସାମଗ୍ରୀ ର ଦାମ ଅଧିକା ବିଲ କରି ଟଙ୍କା ଠକି ନେଇଥିଲେ | ଜିଏସଟି ବିଲ ନ ଦେଇ କଣ ପାଇଁ ଏତେ ଟଙ୍କା ର ସାମଗ୍ରୀ ମାନଙ୍କର କଚା ବିଲ କାଟିଛନ୍ତି ବୋଲି ପଚାରିବାରୁ ଓଲଟା ରିଟେଲରଙ୍କୁ ହିଁ ନାଲି ଆଖି ଦେଖେଇ ବହୁତ ଅପମାନିତ କରିଥିଲେ | ଆଉ କହିଥିଲେ ସମସ୍ତ ରିଟେଲର ମାନଙ୍କୁ ସେ ଏଭଳି ବିନା ଜିଏସଟି ବିଲ ରେ ସାମଗ୍ରୀ ଦିଆଯାଉଛି | ଯଦି ଜଣେ ରିଟେଲର ୧୦ ଲକ୍ଷ ର ସାମଗ୍ରୀ କ୍ରୟ କରୁଛି ତାହେଲେ ତାକୁ ୩ ଲକ୍ଷ ର ଜିଏସଟି ବିଲ ଦେଇ ବାକି ୭ ଲକ୍ଷ ଟଙ୍କାର କଚ୍ଚା ବିଲ ଦିଆଯାଉଛି |ରାୟପୁର ରୁ ନକଲି ପ୍ଲାଏଉଡ଼ ମଗେଇ ସେଥିରେ ଅସଲି ଟେଗ ମାରି ଲୋକଙ୍କୁ ଠକୁଥିବା ମଧ୍ୟ ଅଭିଯୋଗ ହେଉଛି
ଏଭଳି କରି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ର ଟ୍ୟାକ୍ସ ଫାଙ୍କି କୃତଥିବା ଅଭିଯୋଗ ହେଉଛି | ପ୍ରତିଦିନ ପ୍ରତି ଗାଡ଼ିରେ ଏଭଳି ନକଲି ମାଲ ପଠେଇ ଅସଲି ଟଙ୍କା ରୋଜଗାର କରାଯାଉଛି | ଗାଡି ମାନଙ୍କରେ ଜିନିଷ ପତ୍ର ଅନ୍ୟତ୍ର ପଠାଯାଉଛି କିନ୍ତୁ ସମର୍ଣ୍ଣ ବିନା ବିଲ ରେ |ବିଭିନ୍ନ ସ୍ଥାନରେ ବେଆଇନ ଗୋଦାମ କରି ବେଆଇନ ସାମଗ୍ରୀ ଗଛିତ କରି ରଖାଯାଇଛି ଏବଂ ସେଠୁ ବାହାର ଜିଲ୍ଲା ମାନଙ୍କୁ ସାମଗ୍ରୀ ରପ୍ତାନି କରାଯାଉଥିବା ଜଣାପଡିଛି | କେନ୍ଦ୍ର ସରକାର ଏଭଳି ଠକ ମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଏଭଳି ଠକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ଜୋର ଧରୁଛି |