ଜାଲ ପ୍ରମାଣପତ୍ର ଦେଇ ଚାକିରିରେ ନିଯୁକ୍ତି ଅଭିଯୋଗ

ଫୋକସ ପ୍ଲସ (ଭଦ୍ରକ)୨୯/୦୬/୨୦୨୨: ଆଜିକାଲି ଜଳ ପ୍ରମାଣ ପତ୍ର ଦେଇ ବହୁତ ସ୍ଥାନରେ ଚାକିରୀରେ ନିଯୁକ୍ତି ପାଉଥିବାର ଅଭିଯୋଗ ଆସୁଥିବା ବେଳେ |ଭଦ୍ରକରୁ ଆସିଛି ଏମିତି ଆଉ ଏକ ଅଭିଯୋଗ, ଜାଲିଆତି କରି ଜଣେ ଯୁବକ ଚାକିରୀରେ ନିଯୁକ୍ତି ପାଇଛନ୍ତି ବୋଲି ଭଦ୍ରକ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି |ସୂଚନା ମୁତାବକ ଗଜେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ଜାଲ ଜାତି ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ଘଟଣା ସାମ୍ନାକୁ ଆସିଛି | ତେବେ ସେ ଜାତିରେ ଜଣେ ନଳୁଆ କେଳା ଯାହାକି ଜାତି ପ୍ରମାଣପତ୍ରରେ SC ହେବା କଥା |କିନ୍ତୁ ସେ ଶବର ଯାହା ST ର ପ୍ରମାଣ ପତ୍ରଦାଖଲ କରି ଚାକିରୀ କରିଛନ୍ତି | ଏହି ଅଭିଯୋଗ ଆଣିଛନ୍ତି ଭଦ୍ରକର ବିକାଶ ଧଳ ନାମକ ଜଣେ ବ୍ୟକ୍ତି |

Leave a Reply

Your email address will not be published. Required fields are marked *