ଜାପାନରେ ବାତ୍ୟାର ଭୟ

ଫୋକସ ପ୍ଲସ(ବ୍ୟୁରୋ)୨/୦୯/୨୦୨୨: ପୁଣି ଆଉ ଏକ ଭୟଙ୍କର ବିପଦ ର ସମ୍ମୁଖୀନ ହେବାକୁ ଯାଉଛି ଜାପାନ |ଜାପାନ କୁ ଥର ହର କରିବ ବାତ୍ୟା |ଘଣ୍ଟାକୁ ୨୭୦ କିମି ବେଗରେ ବହିବ ପବନ |ଚାଇନା ସମୁଦ୍ର ଦେଇ ମାଡି ଆସୁଛି ବାତ୍ୟା ସୁପର ଟାଇଫୁନ ହିନାମନୋର ଅତ୍ୟନ୍ତ ଭୟଙ୍କର |ଯାହାଫଳରେ ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି |ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବିପଦ ବଢ଼ିବାରେ ଲାଗିଛି |ଏହି ବାତ୍ୟା ଚଳିତବର୍ଷ ଜାପାନରେ ସବୁଠୁ ଶକ୍ତିଶାଳୀ ବାତ୍ୟା ହେବ|ଜାପାନର ପାଣିପାଗ ବିଜ୍ଞାନ ଏଜେନ୍ସି ଅନୁସାରେ ବୁଧବାର ଏହା ମୁଖ୍ୟ ଓକିନାୱା ଦ୍ୱୀପରେ ପହଞ୍ଚିବ ବୋଲି ଆଶା କରାଯାଉଛି|ଏପରିକି ଘଣ୍ଟାପ୍ରତି ୧୯୮ କିଲୋମିଟର ବେଗରେ ପବନ ବହିବ । ଏହା କେନ୍ଦ୍ରସ୍ଥଳର ୨୭୦ କିଲୋମିଟର ବେଗରେ ଗତି କରୁଛି । ଦକ୍ଷିଣ-ପଶ୍ଚିମ ଜାପାନର ଓକିନାୱାର କିଛି ଅଞ୍ଚଳରେ ବାତ୍ୟା ସୁପର ଟାଇଫୁନ ହିନାମନୋର ଅତ୍ୟଧିକ କ୍ଷୟକ୍ଷତି ଘଟାଇବ ବୋଲି ଜାପାନ ପାଣିପାଗ ବିଭାଗ ଆକଳନ କରିଛି । ଏହି ସପ୍ତାହ ଶେଷରେ ଏହା ପ୍ରିଫେକ୍ଟରର ମୁଖ୍ୟ ଦ୍ୱୀପରେ ପହଞ୍ଚିବାର ଆଶଙ୍କା ରହିଛି । ଗୁରୁବାର ପର୍ଯ୍ୟନ୍ତ ଓକିନାୱା ଏବଂ ସାକିଶିମା ଦ୍ୱୀପପୁଞ୍ଜ ପାଇଁ ପବନର ବେଗ ଆହୁରି ବଢ଼ିବ । ଶୁକ୍ରବାର ଓକିନାୱା ଦକ୍ଷିଣର ସମୁଦ୍ର ଉପରେ ଏହି ଝଡ଼ ସ୍ଥିର ହୋଇ ପୁନର୍ବାର ପ୍ରିଫେକ୍ଟର ନିକଟତର ହେବା ପାଇଁ ଉତ୍ତର ଦିଗକୁ ଗତି କରିବ ବୋଲି ଆଶା କରାଯାଉଛି । ଅକ୍ଟୋବର ୨୦୧୯ରେ ‘ହାଗିବିସ’ ନାମକ ଏକ ଝଡ଼ ଜାପାନରେ ଅନେକ ଧ୍ୱଂସ ଘଟାଇବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହି ଘୂର୍ଣ୍ଣିବଳୟର ଘଣ୍ଟା ପ୍ରତି ୨୧୬ କିଲୋମିଟର ପବନ ଥିଲା | ପୁଣି ଏକ ବଡ଼ ବିପଦରୁ ଉଦ୍ଧାର ହେବା ପାଇଁ ଜାପାନ ସରକାର କଣ ପ୍ରୟାସ କରୁଛନ୍ତି ତାହା ଉପରେ ସମସ୍ତ ଙ୍କ ନଜର |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *