ଜାତୀୟ ଜନଜାତି ଆୟୋଗ ସଦସ୍ୟ ଙ୍କ ଦ୍ବାରା ଜନ ଶୁଣାଣି, ୧୫ ଦିନ ଭିତରେ ସମାଧାନ ପାଇଁ ନିର୍ଦ୍ଦେଶ ।

କେନ୍ଦୁଝର(ଫୋକସ ପ୍ଲସ); କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ର ଦୁଇଟି ସ୍ଥାନରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ଙ୍କ ଦ୍ଵାରା ବିଭିନ୍ନ ଅଭିଯୋଗ ନେଇ ଜନ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ଗୁରୁବାର ପୂର୍ବାହ୍ନରେ ଯୋଡ଼ା ବ୍ଲକ, ଗୁଆଲି ପଞ୍ଚାୟତ ଗନ୍ଧଲପଦାରେ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲାବେଳେ, ଅପରାହ୍ନରେ ବଡ଼ବିଲ ପୌରାଞ୍ଚଳରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ରହି ନିଜର ବିଭିନ୍ନ ସମସ୍ୟା ଉପରେ ଆପତ୍ତି ଅଭିଯୋଗ କରିଥିଲେ । ଆଖପାଖ ଅଞ୍ଚଳରୁ ଜନଜାତି ଏବଂ ସାଧାରଣ ନାଗରିକଙ୍କ ଦ୍ଵାରା କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ରାସ୍ତା, ପାନୀୟ ଜଳ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଡ଼ିଏସ କାର୍ଡ ସମେତ ବିଭିନ୍ନ ସମସ୍ୟା ନେଇ ଲୋକମାନଙ୍କ ଅଭିଯୋଗ ହୋଇଥିଲା । ସେହିପରି ଅତ୍ୟଧିକ ହୋଲ୍ଡିଂ ଟ୍ୟାକ୍ସ ଆଦାୟକୁ ନେଇ ମଧ୍ୟ ଏକାଧିକ ଅଭିଯୋଗ ହୋଇଥିଲା । ହାୟରପୁର ଗ୍ରାମର ନିରୀହ ଆଦିବାସୀଙ୍କ ନାଁରେ ମିଥ୍ୟା କେସ୍ ଓ ପୋଲିସ ଜୁଲମ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଭୂୟାଁ ବରପଦା ଗ୍ରାମର ଶ୍ମଶାନ ଜମି କୁ ଘରୋଇ କମ୍ପାନୀ କମ୍ପାନୀ ଜବର ଦଖଲ କରି ସେଠାରେ ନିଜର କ୍ରସର୍ ନିର୍ମାଣ କରିଥିବାରୁ ଲୋକେ ଶବ ସତ୍କାର ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଉକ୍ତ ଶ୍ମଶାନ ଜମି କୁ ପୁନଃ ଗ୍ରାମବାସୀ ଙ୍କୁ ପ୍ରଦାନ କରା ଯିବ। ନେଇ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଭିଯୋଗକାରୀଙ୍କ ଦରଖାସ୍ତ ଗ୍ରହଣ କରିବା ସହିତ ସମସ୍ୟା ଗୁଡିକର ୧୫ ଦିନ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜନଜାତି କମିଶନ ସଦସ୍ୟ ଅନନ୍ତ ନାଏକ ନିର୍ଦ୍ଦେଶ ଦେଇଥିଲେ l

Leave a Reply

Your email address will not be published. Required fields are marked *