ଫୋକସ ପ୍ଲସ 8/1/2023( ବ୍ୟୁରୋ): ହଳଦୀର ରଙ୍ଗ ସାଧାରଣତଃ ହଳଦିଆ ହୋଇଥାଏ |ହଳଦୀରେ ବହୁ ଔଷଧୀୟ ଗୁଣ ଥିବା ମଧ୍ୟ ଆମେ ମାନେ ଜାଣିଛେ |କିନ୍ତୁ ଦର୍ଶକ ବନ୍ଧୁ ଆପଣମାନେ କେବେ କଳା ହଳଦୀ ବିଷୟରେ ଶୁଣିଛନ୍ତି କି ?ଆପଣ ମାନଙ୍କ ମଧ୍ୟରୁ ଏମିତି ଅନେକ ଅଛନ୍ତି ଯେ କି କଳା ହଳଦୀକୁ ଦେଖିନଥିବେ ମଧ୍ୟ |ତେବେ ଆସନ୍ତୁ ଜାଣିବା ଏହି କଳା ହଳଦୀ ବିଷୟରେ |ଏହି କଳା ହଳଦୀ ସାଧାରଣ ହଳଦୀ ଠାରୁ ଅନେକ ଲାଭ ଦାୟକ ବୋଲି ବିଶେଷଜ୍ଞ ମାନେ କହିଥାନ୍ତି |ବିଶେଷ କରି ଓଡିଶା ,ପଶ୍ଚିମବଙ୍ଗ ,ମଧ୍ୟପ୍ରଦେଶ ,ଉତ୍ତରପୂର୍ବ ଅଂଚଳରେ ଏହି ଦୁର୍ଲଭ ହଳଦୀକୁ ଚାଷ କରାଯାଏ |ଆଣ୍ଟିବାୟୋଟିକ ରୂପେ ବ୍ୟବହାର ହେଉଥିବା ଏହି କଳା ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ |ବିଶେଷ କରି କ୍ୟାନ୍ସର ଏବଂ ଆସ୍ଥମା ଭଳି ରୋଗର ଉପଚାର ପାଇଁ କଳା ହଳଦୀକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି |ଏଥିରେ ଉଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି |ଏହା ଦ୍ୱାରା ପୁରୁଣା ଆର୍ଥ୍ରାଇଟିସ ଯନ୍ତ୍ରଣା ଭଲ ହୋଇଥାଏ |କେବଳ ସେତିକି ନୁହେଁ କୁଣ୍ଡେଇ ହେବା,ଚର୍ମ ସମସ୍ୟା,ପେଟ ସମସ୍ୟା ,ଅଲସର,କୋଲିନ,କ୍ୟାନ୍ସର,ଫୁସଫୁସ ଜନିତ ରୋଗକୁ ଦୂର କରିବାରେ କଳା ହଳଦୀରୁ ଔଷଧ ପ୍ରସ୍ତୁତ କରାଯାଏ |ସେହିପରି ଜ୍ୱର,ବ୍ରଣ,ଆଲର୍ଜି,ମାଇଗ୍ରେସନ,ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତିଆରି କରାଯାଉଥିବା ଔଷଧରେ କଳା ହଳଦୀର ପତ୍ରକୁ ଶୁଖାଇ ଗୁଣ୍ଡ କରି ସେଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ବୋଲି ଡାକ୍ତର ମାନେ କହିଛନ୍ତି |ସେହିପରି କଳା ହଳଦୀର ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ତଥା ଗ୍ୟାସ୍ଟ୍ରିକ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ |ଏଥିପାଇଁ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବାରେ କଳା ହଳଦୀର ବିଶେଷ ଚାହିଦା ଦେଖିବାକୁ ମିଳିଥାଏ |
ଜାଣନ୍ତୁ କଳା ହଳଦୀର ଔଷଧୀୟ ଗୁଣ ||
