ଫୋକସ ପ୍ଲସ(ଯାଜପୁର) ୨୯/୦୭/ ୨୦୨୨:ରାଜ୍ୟ ରେ ବେଙ୍ଗ ମୁତିଲେ ରାସ୍ତା ଘାଟ ପାଣିରେ ବୁଡି ଯାତାୟାତ ରେ ହେଉଛି ବେହାଲ। ହେଲେ ଏଥିରୁ ବାଦ ଯାଇନି ସରକାରୀ ଅଫିସ। ସରକାର ବିଭିନ୍ନ ପ୍ରକଳ୍ପ ଫାଇଲ ରହୁଛି ଜଳ ବନ୍ଦୀ ଭିତରେ।ଏ କେଉଁ ବନ୍ୟା କି ବାତ୍ୟା ହୋଇଥିବା ସମୟ ନୁହଁ। ସାମାନ୍ୟ ବର୍ଷା ରେ ଜଳ ବନ୍ଦୀରେ ରହିଛି ଯାଜପୁର ଜିଲ୍ଲା ଜଳ ବିଭାଜିକା ବିଭାଗ। କାର୍ଯ୍ୟାଳୟ ଭିତରକୁ ଯିବାକୁ ହେଲେ ଆଣ୍ଠୁଏ ପାଣିରେ ଯିବାକୁ ପଡୁଛି । ଏମିତି କି କାର୍ଯ୍ୟାଳୟ ଭିତରେ ବି ପାଣି ରେ ବୁଡି ରହିଛି। ଏ ପୁଣି ସରକାରୀ କାର୍ଯ୍ୟାଳୟ।ହେବନି ଅବା କେମିତି ଜଳ ବିଭାଜିକା କାର୍ଯ୍ୟାଳୟ ଜଳ ରେ ବୁଡି ରହିଲେ ସିନା ଜଣା ଜଳ ବିଭାଜିକା ର ସ୍ପଷ୍ଟ ପ୍ରମାଣ ଦେବ।।ସବୁଠାରୁ ବଡ଼ କଥା ହେଲା ଏହି କାର୍ଯ୍ୟାଳୟ ଟି ଯାଜପୁର ଜିଲ୍ଲା ପାଳ ଙ୍କ ବାସଗୃହ କୁ ଲାଗି ରହିଥିବା ବେଳେ ତେବେ ଅସରାଏ ବର୍ଷା ରେ ସରକାରୀ କାର୍ଯ୍ୟାଳୟ ଅବସ୍ଥା ଏମିତି ତେବେ ସାଧାରଣ ଜନତା ଙ୍କ ଅବସ୍ଥା କେମିତି ରହିବ।
ଯାଜପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |