ଜଳ ଜଙ୍ଗଲର ସୁରକ୍ଷାନେଇ ଗର୍ଜିଲେ ଆଦିବାସୀ

ଫୋକସ ପ୍ଲସ(ବଣାଇଁ): ଆଜି ଜିଲ୍ଲାପେସା ଗ୍ରାମସଭା କୋଡିନେଟର ଓ ଫାଇଟ ଫର ରାଇଟସ୍ ପକ୍ଷରୁ ୧୦ଦଫା ଦାବି ନେଇ ଓଡିଶା ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜକୁ କୁମାର ସାହୁଙ୍କୁ ସାକ୍ଷାତ କରି ପ୍ରଦାନ କରିଥିବା ଜଣାପଡିଛି। ଏହି ବିଶାଳ ରାଲିକୁ ଜିଲ୍ଲା ପେସା କୋଡିନେଟର ଏବଂ ଫାଇଟ ଫର ରାଇଟସ୍ ସଭାପତି ବୁଧୁଆ ଜୋଜକଂ ଅଧ୍ୟକ୍ଷତାରେ ଅମାତପାଲି ଗ୍ରାମର ଛକରୁ ବାହାରି ବଣାଇଁ ମୁଖ୍ୟରାସ୍ତା ଦେଇ ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ପହଞ୍ଚି ଥିଲେ।ତେବେ ୧୦ଟି ଦଫା ଦାବି ଗୁଡିକ ମଧ୍ୟରୁ ସମ୍ବିଧାନର ୫ମ ଅନୁସୂଚିତ ଧାରାର ୨୪୪(୧)କୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉ। ପେସା ଆଇନ ୧୯୯୬ କୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଉ। ଜଳ ଜଙ୍ଗଲ ଜମି ଅଧିକାରରୁ ଆଦିବାସୀ ମୂଳ ବାସୀଙ୍କୁ ବଞ୍ଚିତ କରିବା ବନ୍ଦ କରାଯାଉ। ପାରମ୍ପରିକ ଗ୍ରାମସଭାକୁ ମାନ୍ୟତା ପ୍ରଦାନ କରାଯାଉ। ଲୌହଖଣି ଏବଂ ଅନ୍ୟ ଖଣିଖାଦାନ ଗୁଡିକରେ ସ୍ଥାନୀୟ ବେରୋଜଗାରୀ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦିଆଯାଉ ।ଖଣି ଖାଦାନ ଅଞ୍ଚଳରେ ଜଗଂଲ ଧ୍ବଂସ କରିବା ବନ୍ଦ କରାଯାଉଛି ଆଦି ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସନ୍ତୋଷ ଓରାମ, କୋଇଡ଼ା ବ୍ଲକ ପେସା କମିଟି ସଭାପତି ନାମଜାନ କାଣ୍ଡୁଲାନ, ସମ୍ପାଦକ ମାଗାଂ ଓରାମ, ଲହୁଣିପଡ଼ାବ୍ଲକ ପେସା ସଭାପତି ଗାବ୍ରିଏଲ ସିନ୍ଦୂର, ସମ୍ପାଦକ ବିଲିଆମ ମୁଣ୍ଡା,ପିଟର ଟପ୍ପୋ, ସିମନ ମୁଣ୍ଡା, ଅନିଲ ଏକ୍କା ନେଲସନ୍ ହରୋ,ପବିତ୍ର ମୁଣ୍ଡା, ଯୋଶେଫ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଥିବାବେଳେ ଏହି ଶୋଭାଯାତ୍ରାରେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ଭାଇ ଭଉଣୀ ଶୋଭାଯାତ୍ରା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *