ଜଳେଶ୍ଵରରେ ଲଜ୍ୟା!ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା !

ଜଳେଶ୍ୱର ୧୬।୦୩ : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ। ବୋହୂକୁ ଦୁଷ୍କର୍ମ କରିଛି ସମ୍ପର୍କୀୟ କାକା। ଥାନାରେ ଅଭିଯୋଗ। ବାଲେଶ୍ୱର ଜଳେଶ୍ଵର ଥାନା ଅଞ୍ଚଳରୁ ଆସିଛି ଏମିତି ଅଭିଯୋଗ ।

ଶନିବାର ଅପରାହ୍ଣରେ ସମ୍ପର୍କୀୟ କାକା ସହ ଆଧାର କାର୍ଡ ସଂଶୋଧନ କରିବାକୁ ଯାଇଥିଲେ ପୁତୁରା ଏବଂ ପୁତୁରା ବୋହୂ। ସିଂଲା ବଜାରକୁ ଆଧାର କାର୍ଡ ସଂଶୋଧନ କରିବା ପାଇଁ ଯାଇଥିଲେ। ଫେରିବା ସମୟରେ ସନ୍ଧ୍ୟାର ସୁଯୋଗ ନେଇ ପୁତୁରାକୁ ମଦ ପିଆଇ ନିଶାସକ୍ତ କରାଇଥିଲେ ଅଭିଯୁକ୍ତ କାକା କାଳିଆ ସାହୁ। ଅନ୍ୟ ଏକ କାମ ପାଇଁ ତାଙ୍କୁ ନାଇକୁଡି ଅଂଚଳକୁ ପଠାଇ ଦେଇଥିଲେ । ତାପରେ ପୁତୁରା ବୋହୂକୁ ଘରେ ଛାଡି ଦେବେ କହି ସାଙ୍ଗରେ ନେଇ ଯାଇଥିଲେ। ଏକ ନିଛାଟିଆ ରାସ୍ତାରେ କାକା ପୁତୁରା ବୋହୂକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ। ପୋଲିସ ଅଭିଯୋଗ ପାଇବା ପରେ ତାଙ୍କୁ ବାଲେଶ୍ବର ନେଇଥିଲେ। ମାତ୍ର ମହିଳା ଡ଼ାକ୍ତର ନଥିବାରୁ ଫେରି ଆସିଛନ୍ତି। ଜଳେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *