ଫୋକସ ପ୍ଲସ(ଥୁଆମୂଳ ରାମପୁର)୧୩/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳକୁ ଗମନାଗମନ ପାଇଁ ଡଙ୍ଗା ହିଁ ଏକମାତ୍ର ମାଧ୍ୟମ। କିନ୍ତୁ ଅନେକ ବିପଦକୁ ସାଙ୍ଗରେ ନେଇ ଯାତାୟତ କରାବାକୁ ପଡିଥାଏ ଦୁର୍ଗମ ଜଳବନ୍ଦୀ ଅଞ୍ଚଳ ବାସୀଙ୍କୁ।ଅତୀତରେ ଏହି ଜଳଭଣ୍ଡାର ମଧ୍ୟରେ ଡଙ୍ଗା ବୁଡି ଭଳି ଅନେକ ଘଟଣା ଦୁର୍ଘଟଣା ଘଟାଥିବା ନଜିର୍ ରରହିଛି।ବୁଧବାର ପୁଣି ଏକ ଅଘଟଣରୁ ବର୍ତ୍ତିଲେ ଯାତ୍ରୀ।ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ଘୁଟୃଖାଲ ଠାରୁ ତଳନାଗୀ ଲୁଦକୁଡି ଘାଟକୁ ବାହାରିଥିବା ଏକ ଯାତ୍ରୀବାହି ଡଙ୍ଗା ଜଳଭଣ୍ଡାରରେ ଅଧିକ ପବନ ପ୍ରବାହିତ ହେଉଥିବା ବେଳେ ଡଙ୍ଗାଟି ନିୟନ୍ତ୍ରଣ ନ ହୋଇ ଦିଗ ବଦଳାଇଥିଲା।ସୂଚନା ଅନୁଯାୟୀ ଉକ୍ତ ମୋଟର ବିହିନ ଏହି ଡଙ୍ଗାରେ ୪ଟି ମଟରସାଇକେଲ ସହିତ ୧୦ ଜଣ ଯାତ୍ରୀ ବସିଥିଲେ।ଅଧିକ ପବନ ଯୋଗୁଁ ଡଙ୍ଗାଟି ଦିଗ ପରିବର୍ତ୍ତନ କରି ଅନ୍ୟତ୍ର ଦୂରକୁ ଚାଲିଯାଇଥିଲା।ପରେ କଣାସୁକୁଲି ଘାଟ ଠାରୁ ଏକ ମୋଟର ଚାଳିତ ଡଙ୍ଗା ଆସି ସମସ୍ତ ଙ୍କୁ ଉଦ୍ଧାର କରାବା ସହିତ ଡଙ୍ଗାଟିକୁ କୂଳକୁ ଟାଣି ଆଣିବାରେ ସାହାଯ୍ୟ କରିଥିଲା।ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାରି ହୋଇଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଲୁଦକୁଡି ଘାଟ ଠାରୁ ଘୁଟୃଖାଲକୁ ଯାତ୍ରୀ ମାନଙ୍କୁ ଯାତାୟତ କରିବା ପାଇଁ ଯେଉଁ ମୋଟର ଚାଳିତ ଡଙ୍ଗା ଥିଲା ମୋଟରର ଯାନ୍ତ୍ରିକ ତୃଟି ଥିବା ଯୋଗୁଁ ବିନା ମୋଟରରେ ଡଙ୍ଗାଟି କେବଳ କାତ ସାହାଯ୍ୟରେ ଲୋକମାନଙ୍କୁ ନେବା ଆଣିବା କରୁଛି।ଏହି ଅଞ୍ଚଳ ପାଇଁ ଲୁଦକୁଡି ଘାଟରେ ଏକ ନୂତନ ମୋଟର ଚାଳିତ ଡଙ୍ଗା ପ୍ରଦାନ କରାଯିବା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି ଏଣୁ ତୁରନ୍ତ ଏଥିପ୍ରତି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି।
