ଫୋକସ ପ୍ଲସ (ଥୁଆମୂଳ ରାମପୁର)୨୯ /୦୬/୨୦୨୨: ସରକାର ଗ୍ରାମାଞ୍ଚଳ ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅନେକ ପ୍ରକାରର ଯୋଜନା ଗୁଡିକ ପ୍ରଣୟନ କରି ଚାଳୁଛନ୍ତି ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ ଖର୍ଚ୍ଚ କରାଯାଉଛି | କିନ୍ତୁ ଦୁର୍ଭାଗ୍ୟର ବିଷୟ, ସରକାରଙ୍କ ଏସବୁ ଯୋଜନା କେବଳ ଲୋକ ଦେଖାଣିଆ ବୋଲି ଗାଁ ଦାଣ୍ଡ ମାନଙ୍କ ରେ ଚର୍ଚ୍ଚା ଚାଲିଛି। କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ମେଲେରିଆ ପ୍ରବଣ ଥୁଆମୂଳ ରାମପୁର ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ବାଟ ବଣା ହୋଇ ଯାଇଛି ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏହି ର ବ୍ଳକର ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଖୋମାରପଦର ଗାଁ ଠାରେ ରହିଥିବା ହୋମିଓପାଥି ସ୍ୱାସ୍ଥ୍ୟ କେନ୍ଦ୍ରଟି ଅବ୍ୟାବସ୍ଥା ମଧ୍ୟରେ ଗତି କରୁଥିବା ଚିତ୍ର ଦେଖିବାକୁ ମିଳୁଛି। ଏଠାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସ୍ୱାସ୍ଥ୍ୟ କେନ୍ଦ୍ରଟି ନିର୍ମାଣ କରା ଯାଇଛି ସତ କିନ୍ତୁ ବର୍ତ୍ତମାନ ଏହି ହୋମିଓପାଥି ସ୍ୱାସ୍ଥ୍ୟ କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବର୍ଷ ବର୍ଷ ଧରି ହୋମିଓପାଥି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲିପଡି ରହୁଥିବା ଅଭିଯୋଗ ହେଉଛି। ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଅବହେଳା ଓ ଅନୁପସ୍ଥିତି ଯୋଗୁଁ ସ୍ୱାସ୍ଥ୍ୟ ସେବା ସଂପୁର୍ଣ୍ଣ ଠପ୍ ହୋଇଯାଇଛି। ସ୍ୱାସ୍ଥ୍ୟ ସେବା ପାଇଁ ବା ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଖମାରପଦର ଗାଁ ଠାରେ ରହିଥିବା ହୋମିଓପାଥି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ଦେଖା ଦର୍ଶନ ମିଳୁନାହିଁ। ଯାହାଫଳରେ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ବର୍ତ୍ତମାନ ଖମାରପଦର ଗାଁ ଠାରେ ରହିଥିବା ହୋମିଓପାଥି ସ୍ୱାସ୍ଥ୍ୟ କେନ୍ଦ୍ର ଟି ଭୁତକୋଟି ପାଳଟିଛି । ଏଣୁ ତୁରନ୍ତ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ ପ୍ଳସ୍ |