ଜମିବାଡି ସମସ୍ୟା, ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ

ଫୋକସ ପ୍ଲସ(ଓଡ଼ାପଡ଼ାରୁ)୦୯ /୦୮/୨୦୨୨: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ କଣ୍ଟାବଣିଆ ଥାନା ଅଧିନସ୍ଥ ସଂଜପଡା ଗ୍ରାମରେ ଜମିବାଡି ସମସ୍ୟା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।FIR ସୂଚନା ମୁତାବକ ଗତ ତା-୦୬-୦୮-୨୦୨୨ ରିଖ ଦିବା ୧୧.୩୦ ମିନିଟ ସମୟରେ ବିନୋଦିନୀ ନାଏକଙ୍କ ମା ଫୋନରେ ଭଲ ମନ୍ଦ କଥା ହେଉଥିଲେ, ଠିକ୍ ସେହି ସମୟରେ ବିନୋଦୀନୀଙ୍କ କକାସୁର ଚିତ୍ତପ୍ରିୟ ନାଏକ, ଚିତ୍ତପ୍ରିୟଙ୍କ ସ୍ତ୍ରୀ- ରାନୀ ନାଏକ ମା- ପ୍ରେମଲତା ନା ଏକ ଫୋନ କଥାକୁ କେନ୍ଦ୍ରକରି ଅସଭ୍ୟ ଭାଷାରେ ଯୁକ୍ତିତର୍କ ଆରମ୍ଭ ହୋଇ ଗଣ୍ଡଗୋଳରେ ପରିଣତ ହୋଇଥିଲା। ଯା ଫଳରେ ଉଭୟ ପରିବାର ଥାନାର ଦ୍ଵାରସ୍ଥ ହୋଇ ଆପୋଷ ସମାଧାନ ହୋଇ , କେହି କାହାକୁ ଦେଖେଇ ଶିଖେଇ ଏବଂ ଖରାପ ଭାଷାରେ ଗାଳି ଗୁଲଜ କରିବେ ନାହିଁ ବୋଲି ଉଭୟ ପକ୍ଷ ମାନି ନେଇଥିଲେ।କିନ୍ତୁ ଏ ସବୁ ହେଲା ପରେ ଗତ ତା-୦୮-୦୮-୨୦୨୨ ରିଖ ଦିନ ବିନୋଦିନୀ ନାଏକ ଘରେ ଛୋଟପୁଅଙ୍କ ସହିତ ଏକା ରହିଥିଲେ, ସେହି ସମୟରେ ଚିତ୍ତପ୍ରିୟ ପରିବାରଙ୍କ ସହିତ ଯୁକ୍ତିତର୍କ ହୋଇଥିଲେ ଏବଂ ବିନୋଦୀନୀଙ୍କ ପରିବାରକୁ ଧମକ ଚମକ ଦେଇଛନ୍ତି, ସେଠାରୁ ବିନୋଦୀନୀ ଖସି ଆସି ପୂର୍ନବାର ଥାନାର ଦ୍ଵାରସ୍ଥ ହୋଇଛନ୍ତି ଏବଂ ସେଠାରେ ଲିଖିତ ଅଭିଯୋଗ ସହିତ କେସ୍ ନଂ-୮୧ ରୁଜୁ କରିଛନ୍ତି।ଉଭୟ ପକ୍ଷକୁ IIC ସବିତା ମାଡାମ ବୁଝାସୁଝା କଲାପରେ , ବିନୋଦୀନୀ ରାଜି ହୋଇ ନ ଥିଲେ, ସେ କେହିଲେ ମୋ କେସ୍ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇ ଦିଅ।ଦେଖିବାକୁ ବାକି ରହିଲା କେବେ ଏ ସମସ୍ୟାର ସାମାଧାନ ହେଉଛି ଏବଂ ଦୋଷୀ କେବେ ଦଣ୍ଡ ପାଉଛି |

ଓଡ଼ାପଡ଼ାରୁ ସୁମିତ୍ରା ଭୂତିଆଙ୍କ ରିପୋର୍ଟ ଫୋକସ୍ ପ୍ଲସ୍‌ I

Leave a Reply

Your email address will not be published. Required fields are marked *