ଜବର ଦଖଲ କାରୀଙ୍କୁ ଉଛେଦ କଲା ପ୍ରଶାସନ।

ଫୋକସ ପ୍ଲସ 3/12/2022(ମହାକାଳପଡା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବିଜୟନଗର ପଂଚାୟତର ଶାସନ ଗ୍ରାମରେ ଗୋଚର ଜମିରେ ବେଆଇନ ଜବରଦଖଲ କାରି ମାନଙ୍କୁ ଉଛେଦ କରିଛନ୍ତି ଜିଲ୍ଲା ପ୍ରଶାସନ। ଗ୍ରାମର 5 ଟି ପରିବାର ପ୍ରାୟ 40 ବର୍ଷ ହେବ ଗୋଚର ଜମିରେ ଘରଦ୍ବାର କରି ରହୁଥିଲେ। ଗ୍ରାମବାସୀ ମାନେ ଏନେଇ ଅଭିଯୋଗ ପରେ ଦୀର୍ଘଦିନ ହେବ ମାନ୍ୟବର ହାଇକୋର୍ଟରେ ମାମଲା ଚାଲିଥିଲା । ହାଇକୋର୍ଟ ଜବରଦଖଲ କାରି ମାନଙ୍କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେବାପରେ ଉଛେଦ କରାଯାଇଛି। ହେଲେ ଦିର୍ଘଦିନ ଧରି ସ୍ଥାୟି ଭାବରେ ଘରଦ୍ବାର କରି ରହିଥିବା ଲୋକମାନଙ୍କୁ ଉଛେଦ ହେବା ଫଳରେ ବାସହରା ହୋଇ ପଡିଛନ୍ତି 5 ଟି ପରିବାର । ଏବେ ସେମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ବେଳେ ଖୋଲା ଆକାଶ ତଳେ ପଡି ରହିଛନ୍ତି। ଘରର ଆସବାବପତ୍ର ଏଣେତେଣେ ବିକ୍ଷିପ୍ତ ଅବସ୍ଥାରେ ପଡିରହିଛି। ଘରଦ୍ବାର ହରାଇ ଥିବା ପରିବାରର ସଦସ୍ୟ ମାନେ ଆଖିରୁ ଲୁହ ଝରାଉଛନ୍ତି। ଏମନଙ୍କୁ ଥଇଥାନ କରିବାକୁ ପିଡିତ ପରିବାର ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *