ଫୋକସ ପ୍ଲସ 18/11/22( ଚୌଦ୍ୱାର):ବର୍ତମାନର ବଡ଼ ଖବର ଚୌଦ୍ୱାରକୁ ପୁଣି ହାତୀର ଆତଙ୍କ । ଚୌଦ୍ୱାର ବାସୀଙ୍କ ମନରୁ ଗତ କିଛି ଦିନର ହାତୀ ଆତଙ୍କ କଥା ମନରୁ ନ ଲିଭୁଣୁ ପୁଣି ମାଡି ଆସିଲେ ହାତୀ ପଲ । ଚୌଦ୍ୱାର ଅଂଚଳକୁ ପୁଣି ପଶିଲେ ହାତୀ । ଗୋଟେ କି ଦୁଇଟି ନୁହେଁ ଏକା ବେଳେ ୨୨ଟିକିଆ ହାତୀ ପଲ ଦେଖିବାକୁ ମିଳିଛି କାୟାଳପଡ଼ା ପଞ୍ଚାୟତର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ପାର୍ଶ୍ଵ ଡିହସାହି ଛତିସା ପାଟରେ।ହାତୀ ଦେଖିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ହାତୀ ଓ ମଣିଷ ଲଢେଇରେ କାହାର ଜୀବନ ଯିବା ତାହା କହିବା ଅସମ୍ଭବ ନୁହେଁ । ଚୌଦ୍ୱାର ବନଖଣ୍ଡ ବିଭାଗ ପକ୍ଷରୁ ହାତୀଙ୍କୁ ଘୋଡ଼େଇବା ପାଇଁ ଚେଷ୍ଟା ଜାରି ରହିଛି ।
ଜନ ବସତି ମୁହାଁ ୨୨ଟିକିଆ ହାତୀପଲ
