ଫୋକସ ପ୍ଲସ (ଉଦଳା): ମୟୁରଭଞ୍ଜ ଜିଲ୍ଲା ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଦ୍ୱାରା କପ୍ତିପଦା ଉପଖଣ୍ଡର ଉଦଳା ଉପଜିଲ୍ଲାପାଳଙ୍କ ଶୁଣାଣି ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ଏକ ଜନ ଶୁଣାଣି ଶିବିର |ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଏହି ଶିବିର ପ୍ରତେକ ମାସର ଶେଷ ସୋମବାର ଦିନ ଅନୁଷ୍ଠିତ ହେଉଥିବା ବେଳେ ନିର୍ଦ୍ଧିଷ୍ଟ ସମୟରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା |ଉପଖଣ୍ଡର ଲୋକଙ୍କ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ଉକ୍ତ ଶିବିରରେ ଉପସ୍ଥିତ ହୋଇ ନିଜ ନିଜର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ |କପ୍ତିପଦା ଉପଖଣ୍ଡରେ ହିତାଧିକାରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସମସ୍ୟା, ତହସିଲ ଦ୍ୱାରା ସମାଧାନ ହେଉଥିବା ବିଭିନ୍ନ ସମସ୍ୟା, ଲୋକଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା, ହିତାଧିକାରୀଙ୍କ ଭତ୍ତା ସମସ୍ୟା ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି ଜନ ଶୁଣାଣି ଶିବିରରେ ଲୋକମାନେ ଅଭିଯୋଗ କରିଥିଲେ |
ଖୁଣ୍ଟା, ଗୋପବନ୍ଧୁ ନଗର, କପ୍ତିପଦା ତହସିଲର ତହସିଲଦାର, ବ୍ଲକର ବିଡ଼ିଓ, ବିଦ୍ୟୁତ ବିଭାଗର ଅଧିକାରୀ, ଉଦଳା ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ଦଣ୍ଡପାର୍ଟ, ଙ୍କ ସମେତ ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାଏ, ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲ,ଜିଲ୍ଲା ଆରଖି ଉପ ଅଧିକ୍ଷକ ସୁରେଶ ପାତ୍ର ବିଭିନ୍ନ ବିଭାଗର ଅଧିକାରୀ ଏହି ଶିବିର ରେ ଉପସ୍ଥିତ ହୋଇ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ଶୁଣାଣି ପ୍ରକୋଷ୍ଠ ରେ ଜନ ଶୁଣାଣି କରିଥିଲେ, ଆଜିର ଏହି ଶିବିର ରେ ମୋଟ 95 ଟି ମାମଲା ର ପୁଞ୍ଜିକୃତ ହୋଇ ଥିବା ବେଳେ ବ୍ୟକ୍ତିଗତ 81 ଟି ମାମଲା ର ଶୁଣାଣି ହୋଇ ଥିବା ବେଳେ, 14 ଗୋଟି ସାମୁହିକ ଶୁଣାଣି ହୋଇଥିଲା, ତେବେ 4 ଜଣଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ସମ୍ପର୍କରେ ଏହି ପ୍ରକୋଷ୍ଠ ରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ତୁରନ୍ତ ଏହାର ସମାଧାନ କରି ରେଡକ୍ରସ ପାଣ୍ଠିରୁ ମୋଟ 20 ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ହିତାଧିକାରୀଙ୍କୁ ଯୋଗାଇ ଦିଆ ଯାଇଥିଲା, ଆମେ ସିଧା ସଳଖ ଦୃଶ୍ୟ ଦେଖାଇବାକୁ ଉପଜିଲ୍ଲାପାଳଙ୍କ ଶୁଣାଣି ପ୍ରକୋଷ୍ଠ ସାମ୍ନାରେ ଉପସ୍ଥିତ ହୋଇ କପ୍ତିପଦା ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସି ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ରେ ଉପସ୍ଥିତ ଲୋକଙ୍କୁ ଭେଟି ତାଙ୍କର ପତିକ୍ରିୟା ନେଇଥିଲୁ l
ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ
