ଜନତାଙ୍କ ଟିକସ ରେ ଜନତାଙ୍କୁ ଆଖିଠର

ଫୋକସ ପ୍ଲସ 5/3/2023(ବିଂଝାରପୁର):

ନା ରହିଛି ଫଳକ
ନ ରହିଛି କାର୍ଯ୍ୟ କରୁଥିବା ବିଭାଗ ର ନାମ।
ଦିନ ଦୁଇ ପହରେ ଜନ ସାଧାରଣ ଙ୍କ ଟିକସ ର ଅର୍ଥ କୁ ଜନ ସାଧାରଣ ଙ୍କୁ ବୁଲା ଯାଉଛି ଭୁଆଁ।
ହଁ ଆଜ୍ଞା ଜନ ସାଧାରଣ ଙ୍କୁ ଅନ୍ଧାର ରେ ରଖି ଅନ୍ଧ ସଜାଇ ଦେଉ ଛନ୍ତି ଏହି କାର୍ଯ୍ୟ ତଦାରଖ କରୁଥିବା ବିଭାଗ।
ଏ ହେଉଛି ଯାଜପୁର ଜିଲ୍ଲା ର ସବୁ ବେଳେ ଚର୍ଚ୍ଚା ରେ ରହି ଆସୁଥିବା ବିଂଝାରପୁର। ଆଉ ଏ ଦୁର୍ସ୍ୟ ହେଉଛି ଉତରକୁଳ ପଂଚାୟତ ରେ ଗଢ଼ା ଯାଇଥିବା ଆଦର୍ଶ ବିଦ୍ୟାଳୟ କୁ ସଂଯୋଗ କରାଯାଉଥିବା ନବ ନିର୍ମିତ ରାସ୍ତା। ଥରେ ଭଲ କରି ନଜର ପକାନ୍ତୁ ନିର୍ମିତ ଏହି କଲବର୍ଟ ଉପରେ। ପତଳା ଓ ଭୁଷ ବାଲି ରେ କେଇ ମୁଠା ସିମେଣ୍ଟ ଢାଳି ନିର୍ମାଣ କରାଯାଇଛି କଲଭଟ ୱାଲ ଗୁଡିକ। ତେବେ ଏଠି ପ୍ରଶ୍ନ ଉଠେ ଏହି ଆଦର୍ଶ ବିଦ୍ୟାଳୟ କୁ ଯିବା ପାଇଁ ରାସ୍ତା ନଥିବା ବେଳେ ଅନେକ ସମସ୍ୟା ଉପୁଜିଥିବା ର ଫାଇଦା ନେଇ ନାହାନ୍ତି ତ କାର୍ଯ୍ୟ କରୁଥିବା ସଂସ୍ଥା ବା ଠିକାଦାର । ଉଭୟ ଙ୍କ ମିଲି ଭାଗତ ରେ ଚାଲିଛି ଖୁଲମ ଖୁଲା ଏଭଳି କାର୍ଯ୍ୟ ନା ଜନତା ଙ୍କ ନଜର ଆଡୁଆଳ ରେ ବିନା ସୁଚନା ଫଳକ ରେ କରିନେବେ କାମ ଆଉ ଲୁଟିନେବେ ମୋଟା ଅଙ୍କ ର ରାଜସ୍ୱ। କହିବା ଗଲେ ମରିନେବେ ମହାପାତ୍ରେ ଚାହିଁ ଥିବେ ହୋଇ ଜଳକା।
ବିଂଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *