ଅପରାଧରାଜ୍ୟ ଜଟିଳ ହେଉଛି ଧାଡ଼ିଆମ୍ବ ଘଟଣା, ଗିରଫ ସ୍ବାମୀ ଙ୍କ ସ୍ତ୍ରୀ ମୃତ। ପୋଲିସ୍ ମାଡ ମାରିଥିବା ଅଭିଯୋଗ। thefocusplusFebruary 24, 2022 ପାତ୍ରପୁର,୨୪/୦୨ ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମର ରାହାସ ଶବର ର ମୃତ୍ୟୁ ପୋଲିସ୍ ମାଡ଼ ରେ ମୃତ୍ୟୁ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ବର୍ଗ। ଘଟଣା ରୁ ପ୍ରକାଶ ଯେ ଗତକାଲି ପାତ୍ରପୁର ବି ଡି ଓ ପ୍ରକାଶ ଚନ୍ଦ୍ର ଦାସ କୁ ଭୋଟର ତାଲିକା ରେ ନାମ ନ ଥିବା ପ୍ରତିବାଦ ରେ ଧାଡ଼ିଆମ୍ବ ଗ୍ରାମବାସୀ ଅପହରଣ କରିଥିଲେ। ପୋଲିସ୍ ଏହି ବିଷୟ କୁ ନେଇ ଦୁଇ ଜଣକୁ ଗିରଫ କରିଥିଲା। ଚକରା ଶବର କୁ ଗିରଫ କଲାବେଳେ ରାହାସ ଶବର ପ୍ରତିରୋଧ କରିବାରୁ ପୋଲିସ୍ ମାଡ ମାରିବା ସହ ରାହାସ ର ଛାତିକୁ ମାରିଥିବା ନେଇ ଚକରା ର ଭାଇ ଖଲି ଶବର ଜରଡ଼ା ଥାନା ରେ ଅଭିଯୋଗ କହିଛନ୍ତି। ଏପଟେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ଧାଡ଼ି ଆମ୍ବ ରେ ରାହାସ ର ମୃତ୍ୟୁ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ସାଜିଛି। ଏ ନେଇ ଜରଡ଼ା ଥାନା ରେ ଏକ ଅପମୃତ୍ୟୁ ମାମଲା କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ଭାବା ନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି।
ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ ଫୋକସ ପ୍ଲସ(ବାଲିଚନ୍ଦ୍ରପୁର) ୨୯/୦୭/ ୨୦୨୨: ରାଇରଙ୍ଗପୁର -ମୟୂରଭଂଜ ଜିଲ୍ଲାର ବେଆଇନ ଲଘୁ ଖଣିଜ ପଦାର୍ଥ,ମୋରମ,ବାଲି,ପଥର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ସରକାର କୋଟି…
ମଦ ପାଇଁ ହତ୍ୟା….. ବୋରିଗୁମ୍ମା09/01/2024; ମାତ୍ର ୫ପକେଟ୍ ପାଉଚ ପୁଡ଼ି ମଦ ପାଈଁ ହତ୍ୟା ,ହତ୍ୟାର ପର୍ଡାଫାସ କଲା ବୋରିଗୁମ୍ମା ପୋଲିସ । ହତ୍ୟା ରେ ସମ୍ପୂର୍କ୍ତ ଜଣେ ବ୍ୟକ୍ତି ଓ…
ଜବ କାର୍ଡ କରେଇଦେବା ନାମରେ ନେଲେ ଲୁଟି ଫୋକସ ପ୍ଲସ 13/11/22(କୋରେଇ): କୋରେଇ ବ୍ଲକ ତୁଳତୀ ପଞ୍ଚାୟତ ର କୋ ଗାଁ ଗ୍ରାମରେ ପଞ୍ଚାୟତ ର ସମିତି ସଭ୍ୟ ଶମ୍ବୁନାଥ ଯେନା ଓ କୋରେଇ ବ୍ଲକ…