ଜଙ୍ଗଲ ମଧ୍ୟରେ ଫିରିଙ୍ଗିଆ ପୋଲିସର ଅତର୍କିତ ଚଢ଼ାଉ କରି ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ I

କନ୍ଧମାଳ ୨୨/୨/୨୦୨୪: ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା I ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇକୁ ଜବତ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ପୁଣି ଥରେ ପୋଲିସର ଗିରଫଦାରୀ ଭୟରେ ଜଙ୍ଗରୁ ସମସ୍ତ ମାଫିଆ ଫେରାର ହୋଇଯାଇଛନ୍ତି Iପୋଲିସସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଏକ ବିଶେଷ ସୂତ୍ରରୁ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତର ବନ୍ଧଗଡ଼ ତଳଦଣ୍ଡିକିଆ ମୁଖ୍ୟ ରାସ୍ତାର ଜୋକେ ଛକ ନିକଟରେ ଥିବା ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ପୋଲିସକୁ ଖବର ଆସିଥିଲା I ସୂଚନା ପାଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀ ଉକ୍ତ ଜଙ୍ଗଲରେ ଅତର୍କିତ ଚଢ଼ାଉ କରିଥିଲେ I ତେବେ ପୋଲିସକୁ ଦେଖି ଜଙ୍ଗଲ ଭିତରେ ପ୍ରସ୍ତୁତି ଚଳାଇଥିବା ସମସ୍ତ ମାଫିଆ ଅନ୍ଧାରର ସୁଯୋଗ ନେଇ ଫେରାର ମାରିଥିବା ବେଳେ ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲା I ତେବେ ଏହି ଗଞ୍ଜେଇ ଜବତ ଘଟଣାରେ ଫିରିଙ୍ଗିଆ ଥାନାରେ ୫୦/୨୪ ରେ ଏକ ମାମଲା ରୁଜୁ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୁଧବାର ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଗଞ୍ଜେଇ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ I

Leave a Reply

Your email address will not be published. Required fields are marked *