ଫୋକସ ପ୍ଲସ 21/2/23( ଖୋର୍ଦ୍ଧା ):ଖୋର୍ଦ୍ଧା ଜିଲ୍ଲା ସୁନ୍ଦରପୁର ଗ୍ରାମପଞ୍ଚାୟତ ବାତ୍ୟା ଆଶ୍ରୟ ସ୍ଥଳ ଠାରେ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଜଙ୍ଗଲରେ ଲାଗୁଥିବା ନିଆଁକୁ କେଉଁ ଭଳି ଭାବେ ନିଆଁକୁ ଲିଭାଇ ପାରିବା ସମସ୍ତ ମହିଳା ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହଯୋଗରେ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ଟାଙ୍ଗି ରେଜଂରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗ ଫରେଷ୍ଟର, ସୁନ୍ଦରପୁର ସମିତିସଭ୍ୟ ତଥା ଆତ୍ମାର ଅଧ୍ୟକ୍ଷ ସୁକାନ୍ତ ରାଉତ,ଏମବିକେ ଚିନ୍ମୟି ପରୀଡା ଉପସ୍ଥିତ ରହିଥିବା ବେଳେ ସୁନ୍ଦରପୁର ଗ୍ରାମପଞ୍ଚାୟତ ମହିଳା ସ୍ୱୟସହାୟିକା ଗୋଷ୍ଠୀର ଶତାଧିକ ମହିଳା ଯୋଗ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଜଙ୍ଗଲରେ ନିଆଁ ଲାଗିଲେ ସମାଜର କି କି ପ୍ରକାର ଅସୁବିଧା ହେବ ଏବଂ ଜଙ୍ଗଲ ଜୀବଜନ୍ତୁ ମାନଙ୍କ ଊପରେ କିଭଳି ପ୍ରଭାବ ପଡିବ ଏବଂ ପରିବେଶ ଉପରେ କଣ କୁପ୍ରଭାବ ପଡିବ ସେ ସଂମ୍ପର୍କେ ଲୋକ ମାନଙ୍କୁ ସଚେତନତା କରାଯାଇଥିଲା।
