ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି। ବସ୍ର ଚାଳକ ଅନିୟନ୍ତ୍ରିତ ହୋଇ ଆଜି ଅପରାହ୍ଣରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି। ଏଥିରେ ତିନି ଜଣ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିମ୍ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)।
ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ଆମ ବସ୍
