ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଫୋକସ ପ୍ଲସ(ଗୋଳାମୁଣ୍ଡା)୧୮/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଏକ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣଜ ହେଉଛି ଘୋଟିଆଗାଁର ବିଭେ ନିଆଲଙ୍କ ଝିଅ କନକ ନିଆଲ (୧୪) । ସେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶେଣୀର ଛାତ୍ର । ମଙ୍ଗଳ ବାର ଦିନ ଖାଇ ଛୁଟି ସମୟରେ ସେ ବାହାରକୁ ଚାଲିଯାଇଥିଲେ ଆଉ ଘରକୁ ଫେରି ନ ଥିଲେ । ଝିଅ ଘରକୁ ଫେରି ନ ଥିବା ନେଇ ତାର ପିତାମାତା ବହୁ ଖୋଜାଖୋଜି କଲେ ହେଲେ ପାଇ ନ ଥିଲେ । ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛ ଶାଖାରେ ନିଜ ଓଢଣୀ ଫାସରେ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖି ଝିଅର ବାପା ମାଙ୍କୁ ଖବର ଦେବାପରେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ଯାଇଥିଲେ । ଝିଅର ପିତାମାତା ହତ୍ୟା କରାଯାଇଛି ବୋଲି ଗୋଳାମୁଣ୍ଡା ଥାନାରେ ଏକ ଲିଖିତ କରିଥିଲେ । ଗୋଳାମୁଣ୍ଡା ପୋଲିସ ଆଇ ଆଇ ସି ଯୁଗଳ ଶବର ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଜାରି ରଖିଛି । ଏପଟେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଅନେକ କଂଗ୍ରେସ ଓଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ସଭାପତିରାମକୁମାର ସେନାପତି, ଭୁବନେ ନିଆଲ, ଭୁବନେ ସୁନାନୀ ସହ ଅନେକ ଲୋକ ଘୋଟିଆ ରାଜରାସ୍ତାରେ ଶବଟିକୁ ରଖି ଧାରଣାରେ ବସିଛନ୍ତି । ହତ୍ୟା ଘଟଣାରେ ତିନି ଜଣ ଯୁବକ ଓ ବାଳିକା ବିଦ୍ୟାଳୟ ର ଜଣେ ଶିକ୍ଷକ ସାମିଲ ଅଛନ୍ତି ବୋଲି ଧାରଣାରେ ବସିଥିବା ସମସ୍ତ ଜନସାଧାରଣ କହୁଥିବା ବେଳେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରା ନ ଗଲେ ଭୟାନକ ଆନ୍ଦୋଳନ ହେବ ବୋଲି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଓ ରାମକୁମାର ସେନାପତି ପ୍ରମୁଖ ପୋଲିସକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *