ଫୋକସ ପ୍ଲସ 18/12/2022( ବାଲିଚନ୍ଦ୍ରପୁର ): ବର୍ତମାନ ସମୟର ଏକ ବଡ଼ ଖବର ଆସିକି ପହଁଚୁଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦପୁର ଥାନାସ୍ଥିତ ବଡବାଲିକୁଦାରେ ଏକ ଝିଅର ସ୍କୁଲ ଘରୁ ସନ୍ଦେହ ଜନକ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନା ଅଛି ଉକ୍ତ ଗ୍ରାମର ପଙ୍କଜ ରାଉତଙ୍କ ଝିଅ ସହ ସାଗର ବିଶ୍ୱାଳଙ୍କର ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଏବେ କୁହାଯାଉଛି ଉଭୟ ପୁଅ ଝିଅ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରୁଥିଲେ କିନ୍ତୁ ପୁଅ ଓଜନ ଥିବାରୁ ତଳକୁ ଖସି ଆସିଥିଲା ଏବଂ ପୁଅର ବେକରେ କୁଆଡେ ରସି ଦାଗ ରହିଥିବା ଜଣା ପଡିଛି। ନା ଏହା ପଛରେ ଆଉ କଣ ରହସ୍ୟ ରହିଛି। ନା ଏହାକୁ କେହି ମାରି ଟଙ୍ଗାଇ ଦେଇଛନ୍ତି। ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ କୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ପୁଅକୁ ଅଟକ ରଖିଛି। ପ୍ରକୃତ ସତ୍ୟ ସତ୍ୟ ତଦନ୍ତ ପରେ ଜଣା ପଡିବ ଅପର ପକ୍ଷରେ ଝିଅର ବାପା ପଙ୍କଜ ରାଉତ ଏହାକୁ ହତ୍ୟା ବୋଲି ଲିଖିତ ଅଭିଯୋଗ ସହ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କହିଛନ୍ତି ଏହି ଘଟଣାର ସତ୍ୟତା ପୋଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ। ଏପଟେ ଅଟକ ଥିବା ପୁଅ ସାଗର ପାରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
