ଦୁର୍ନିତିରେ ଘେରରେ ଉବୁଟୁବୁ ସି.ଡ଼ି.ପି.ଓ

ଫୋକସ ପ୍ଲସ ୧୪/୬/୨୨ (ଡାବୁଗାଁ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍‌ର ସମନ୍ୱୀତ ଶିଶୁ ବିଭାଗ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ସହିତ ବ୍ୟାପକ ଧରଣର ଦୁର୍ନିତୀ ମଧ୍ୟରେ ଗତି କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଆସୁଛି । କିଛିଦିନ ପୂର୍ବରୁ ନିମ୍ନମାନର ଛତୁଆ ଏବଂ ଖାଦ୍ୟକୁ ନେଇ ପଞ୍ଚାୟତ ସମିତି ସାଧରଣ ବୈଠକରେ ପ୍ରଶ୍ନ ଉଠିଥିଲା। ସମନ୍ୱୀତ ଶିଶୁ ବିକାଶ ଅଧିକାରୀଙ୍କ ତଦାରଖରେ ଡାବୁଗାଁ ବ୍ଳକ୍‌ରେ ସମସ୍ତ ଗ୍ରାମ ମାନଙ୍କରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକଙ୍କ କହିବା ଅନୁଯାୟୀ ଯେଉଁ ସଂସ୍ଥାମାନେ ଏହି ଖାଦ୍ୟ ଅଙ୍ଗନବାଡ଼ି କୁ ଯୋଗାଇଥାନ୍ତି ତାହା ଅତ୍ୟନ୍ତ ନିମ୍ନମାନର । ଛତୁଆ ଖାଦ୍ୟରେ ଯେଉଁଭଳି ଭାବରେ ମିଶ୍ରଣ କରାଯାଉଛି ଏନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଏହି ଖାଦ୍ୟକୁ ଛୋଟ ଛୋଟ ଶିଶୁମାନେ ଖାଇଥାନ୍ତି ଏବଂ ଗର୍ଭବିିତ ମହିଳାମାନଙ୍କୁ ମଧ୍ୟ ଦିଆଯାଇ ଥାଏ । କେଉଁ ମୁହୃର୍ତ୍ତରେ ପିଲାର ଜୀବନ କ୍ଷତି ଘଟିବ ତାହା ତିଳେ ମାତ୍ର ସନ୍ଦେହ ନାହିଁ । ସେହିପରି ବିନା ତେଲରେ ସୁଜି ପେକେଟ ଦିଅ ଯାଉଛି । ତାହା ପୁଣି ମାସମାସ ସଂଖ୍ୟାରେ ।ଖାଲିସେତିକି ନୁହଁ ନିମ୍ନମାନର ଅଣ୍ଡା, ଚାଉଳ, ବାଦାମଲଡ଼ୁ ମଧ୍ୟ ଦିଆଯାଉଛି । ଏହି ଖାଦ୍ୟ ପଦାର୍ଥକୁ ଛୋଟ ପିଲା ଓ ଗର୍ଭବତି ମହିଳାମାନଙ୍କୁ ଦିଆଯାଇଥାଏ ତେଣୁ ଡାବୁଗାଁ ବ୍ଲକରେ ଅପପୃଷ୍ଟିରୋ ଶିକାର ବହୁତ ଶିଶୁ ହେଉଥିବା ଦେଖାଯାଇଛି। ପ୍ରକାଶ ଥାଉକି ଛତୁଆ ପେକେଟରେ ନିର୍ଦ୍ଧାରିତ ଓଜନ ଠାରୁ ୧୦୦ ରୁ ୨୦୦ ଗ୍ରାମ କମ୍ ରହୁଛି । ଯଦି ଗୋଟିଏ ପକେଟ୍ ରେ ୧୦୦ ଗ୍ରାମ କମ୍ ହୁଏ ହେଲେ ୧୪୨ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ 10ହଜାର ରୁ ଉର୍ଦ୍ଧ୍ବ ହିତାଧିକାରୀ ରହିଛନ୍ତି । ହେଲେ କେତେ କିଲୋ ପ୍ରତ୍ୟେକ ମାସରେ ଲାଭ କରୁଥିବେ ଖାଦ୍ୟଶସ୍ୟ ଯୋଗାଉ ଥିବା ସଂସ୍ଥା ମାନେ । ସେହିପରି ବାଦାମ ଲଡ଼ୁ ମଧ୍ୟ ବହୁ ଦିନର ତିଆରି ଏବଂ ଦେଖିଲା ଭଳି ନୁହେଁ ତାହା ଖାଇବା ତ ଦୁରର କଥା । ଯେଉଁ ସଂସ୍ଥାମାନେ ଏହି ସାମଗ୍ରୀକୁ ଯୋଗାଇଥାନ୍ତି ସେ ସଂସ୍ଥାମାନଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଚାଲିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ଜିଲ୍ଲା ପ୍ରଶାସନର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ। ଏଭଳି ଖାଦ୍ୟ ସାମଗ୍ରୀକୁ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇବା ଦ୍ୱାରା କେବଳ ନିଜେ ଲାଭବାନ ହେଉଛନ୍ତି । ସିଧାସଳଖ କହିଲେ ସରକାରଙ୍କୁ ଭୁଆଁ ବୁଲାଉଉଛିନ୍ତି । ସି.ଡ଼ି.ପି.ଓ ସୁପରଭାଇଜରଙ୍କ ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ ବିଭିନ୍ନ ଦୁର୍ନିତି ଗୁଡିକ ମଧ୍ୟ ଦେଖା ଦେଇଛି । ଏହାର ନିରପେକ୍ଷ ତଦନ୍ତ ପାଇଁ ନବରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ଅଗ୍ରୱାଲ ଆସିଥିଲେ । ଏବଂ କିଛିଦିନ ଭିତରେ ଛତୁଆ ତିଆରି କରିବା ଜାଗାକୁ ଯାଇ ତଦାରଖ କରିବେ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ଏବଂ ଡାବୁଗାଁ ବ୍ଲକରେ ଖାଦ୍ୟ ଠିକସେ ଦିଆ ଯାଉନଥିବାରୁ ଅପପୃଷ୍ଟି ମାମଲା ସର୍ବାଧିକ ଥିବା କହିଥିଲେ ଏବଂ ଆଗାମୀ ଦିନରେ ଏହାକୁ କିଭଳି ରକା ଯାଇ ପାରିବ ଏହା ଉପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ ବୋଲି ମନ୍ତବ୍ୟ ଦେଇଥିଲେ ।ଏବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି କିଭଳି ଏହାର ସମାଧାନ କରୁଛନ୍ତି ।|

ଡାବୁଗାଁ ବ୍ଲକ ରୁ ସମୀର ଭତ୍ରା ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *