ଫୋକସ ପ୍ଲସ(ମାଲକାନଗିରି)୦୭/୦୮/୨୦୨୨ : ମାଲକାନଗିରି ଜିଲ୍ଲାରେ କେନ୍ଦୁପତ୍ର ପଞ୍ଚାୟତ ଓ କେନ୍ଦୁପତ୍ର ବିଭାଗ କିଣୁଥିବା ବେଳେ ବର୍ତ୍ତମାନ ମାଲକାନଗିରି କୁ ବାହାର ରାଜ୍ୟର କେନ୍ଦୁପତ୍ର ଆସୁଥିବା ଦେଖିବାକୁ ମିଳୁଛି । ଯାହାଫଳରେ ଗତକାଲିଠାରୁ ଛତିଶଗଡ ପୋଲିସ୍ , କେନ୍ଦୁପତ୍ର ବିଭାଗ ଓ ବନବିଭାଗ ମାଲକାନଗିରି ପହଞ୍ଚି ମାଲକାନଗିରି ପୋଲିସ୍ ଓ ବନବିଭାଗ ଅଧିକାରିଙ୍କ ସହାୟତାରେ ଛତିଶଗଡରୁ ଆସିଥିବା ଚୋରା କେନ୍ଦୁପତ୍ର ଗୋଦାମ୍ ଉପରେ ଚଢାଉ ଜାରି ରଖିଛନ୍ତି । ଗତକାଲି ଏମ୍ ଭି ୪୩ ସ୍ତିତ ରହିମ୍ ଖାନ୍ ଗୋଦାମରୁ ୩୦୦ ବସ୍ତା ଛତିଶଗଡ ଚୋରା କେନ୍ଦୁପତ୍ର କୁ ଜବତ୍ କରିବା ସହ ଆଜି ଏମ୍ ଭି ୧୬ ସ୍ତିତ କେନ୍ଦୁପତ୍ର ଗୋଦାମ ଉପରେ ଚଢାଉ କରିଛନ୍ତି । ଛତିଶଗଡ ସୁକୁମା ଜିଲ୍ଲା କୋଣ୍ଟା ଅଞ୍ଚଳର ଗୁଲାମ୍ ଖାନ୍ ନାମକ କେନ୍ଦୁପତ୍ର ବେପାରି କୋଣ୍ଟା ଅଞ୍ଚଳରୁ ବିଭିନ୍ନ ଗ୍ରାମରୁ ଲୋକଙ୍କୁ କେନ୍ଦୁପତ୍ର ଟଙ୍କା ପୈଠ ନକରି ସେ ଅଞ୍ଚଳରୁ ପତ୍ର ଆଣି ମାଲକାନଗିରି ବେପାରୀଙ୍କୁ ବିକିଥିବା କହିଛନ୍ତି ଛତିଶଗଡ ଦନ୍ତବେଡା ଏସ୍ ଡି ଏଫ୍ ଓ । ଏଣୁ ଏଠାରୁ ଛତିଶଗଡ କେନ୍ଦୁପତ୍ରକୁ ଜବତ୍ କରି ଛତିଶଗଡ ନବା ବ୍ୟବସ୍ଥା କରୁଛି ଛତିଶଗଡ କେନ୍ଦୁପତ୍ର ବିଭାଗ ।
ମାଲକାନଗିରି ରେଞ୍ଜର ଜଗନ୍ନାଥ ପ୍ରସାଦ ବିଶୋଇ ଙ୍କ ରିପୋର୍ଟ ଫୋକସ ପ୍ଲସ |