ଫୋକସ ପ୍ଲସ ୩୧/୫/୨୨((ସୁବର୍ଣ୍ଣପୁର): ଗତ ୧୯ ତାରିଖରେ ତରଭା ମଦ ଦୋକାନରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ ୯୦ ହଜାର ଟଙ୍କା ଚୋରି ହୋଇଥିବା ମଦ ଦୋକାନ ମାଲିକ ତରଭା ଥାନାରେ ଅଭିଯୋଗ କରିଥିଲେ । ପରେ ପରେ ତରଭା ପୋଲିସ ସହିତ ଜିଲ୍ଲା ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ଏକ ଆନ୍ତଃରାଜ୍ୟ ଚୋରି ରାକେଟର ଫର୍ଦ୍ଦାଫାସ କରିଛି ।ଏହି ରାକେଟ ଓଡିଶାର ବିଭିନ୍ନ ଜିଲ୍ଲାର ମଦ ଦୋକାନରୁ ଚୋରୀ କରି ଅନ୍ୟତ୍ର ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ଗୋଟେ ବଲେରୋ ପିକଅପ ଗାଡି , ୧୩୪ କାର୍ଟୁନ ମଦ, ଗୋଟେ ଗ୍ୟାସ କଟର ଓ ଚୋରୀରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଅନୁଗୁଳ ଜିଲ୍ଲା ନୂଆଖଟା ଗାଁର ୨୧ ବର୍ଷିୟ ଆଶିଶ ଖିଲାର ଓ କଟକ ଜିଲ୍ଲା ଗୋଡିଜିହାରିଆ ଗାଁର ୫୧ବର୍ଷିୟ ଭୋଳେଶ୍ବର ସାହୁ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବା ପୋଲିସ କହିଥିବା ବେଳେ ତାଙ୍କୁ ମଧ୍ୟ ଖୋଜା ଚାଲିଛି । ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା।
ଚୋରି ର ପର୍ଦ୍ଦାଫାସ କଲା ପୋଲିସ୍
