ଚୋରା ମଦ କାରବାର ବନ୍ଦ ପାଇଁ ମହିଳାଙ୍କ ଦାବି

ଫୋକସ ପ୍ଲସ (କୋରେଇ) ୦୫/୦୭/୨୦୨୨: ପାଣିକୋଇଲି ଥାନା ମୂଳାପାଳ ପଞ୍ଚାୟତ ଧନତ୍ରି ଗାଁ ନିକଟରେ ଅବାଧ ରେ ଚୋରା ମଦ କାରବାରକୁ ବିରୋଧ କରି ଶତାଧିକ ସ୍ଥାନୀୟ ମହିଳା ଏସ୍ପିଙ୍କ ଅଫିସ ନିକଟରେ ଆଜି ଧାରଣା ଦେଇଛନ୍ତି। ଆଜି ଧନତ୍ରି ଗାଁର ଅନେକ ମହିଳା ମାନେ ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ତାଙ୍କର ଏକ ଦାବିପତ୍ର ଦେଇଥିବା ଜଣାପଡିଛି। ସୂଚନା ମୁତାବକ ଗାଁ ଠାରୁ ମାତ୍ର ଅଳ୍ପ କିଛି ମିଟର ଦୂରରେ ଗାଁର କିଛି ବ୍ୟକ୍ତି ଘରେ ମଦ ରଖି କାରବାର ଚଳାଉଛନ୍ତି ଏବଂ ବେଆଇନ ଭାବେ ଘରେ ଲୁଚାଣିଆ ମଦ ରଖି ଅତ୍ୟାଧିକ ନିଶାକାରବାର କରୁଛନ୍ତି। ଯାହାକୁ ନେଇ ଗାଁ ଗହଳି ରେ ନିଶାର ପରିମାଣ ବଢିଚାଲିଛି। ଏହା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ମଦ ପିଇ ନିଜ ଘରେ ଅଶାନ୍ତି ସୃଷ୍ଟି କରିବା ସହ ଅଧିକାଂଶ ସମୟରେ ସ୍ୱାମୀ ମାନେ ନିଜ ସ୍ତ୍ରୀ କୁ ମଦ ନିଶାରେ ମାଡ଼ ମାରି କ୍ଷତବିକ୍ଷତ କରୁଛନ୍ତି। ଏବଂ ବିଭିନ୍ନ ସମୟରେ ନିଜ ନିଜ ଘରେ କଳହ ସୃଷ୍ଟି କରୁଛନ୍ତି ।ଏହି ନିଶା କାରବାର ଯୋଗୁଁ ଅନେକ ବ୍ୟକ୍ତି ଏବଂ ଯୁବପିଢି ନିଶାସକ୍ତ ଅବସ୍ଥାରେ ଅମାନୁଷିକ କାର୍ଯ୍ୟ କରୁଛନ୍ତି। ଯାହାକୁ ପ୍ରତିବାଦ କରି ଗ୍ରାମର ଅନେକ ମହିଳା ମାନେ ପାଣିକୋଇଲି ଥାନାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୁଲିସ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ଦେଇଥିବା ଜଣାପଡିଛି।ଯଦି ଆଗାମୀ ଦିନରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ମହିଳା ମାନେ ଆଇନ ହାତକୁ ନେଇ ମଦ ମାଫିଆ ମାନଂକୁ ସାବଡ଼ କରିବେ ବୋଲି ଚେତାବନୀ ଦେଇଛନ୍ତି |

Leave a Reply

Your email address will not be published. Required fields are marked *