ଚିଲିକା ବିଧାୟକଙ୍କୁ ମାଡ ଘଟଣାକୁ ଆଜକୁ ପୁରିଲା ବର୍ଷେ

ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଚିଲିକା ବାଣପୁର ସ୍ଥାନରେ ଘଟିଥିଲା ଏକ ରାଜନୈତିକ ହିଂସାକାଣ୍ଡ। ଯାହା ସାରା ରାଜ୍ୟରେ ସୃଷ୍ଟି କରିଥିଲା ହଟଚମଟ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏହି ସ୍ଥାନରେ ପ୍ରବଳ ମାଡ ମାରି ଲହୁଲୁହାଣ କରିଥିଲେ ଶତାଧିକ ବିଜେପି କର୍ମି।
ସେଦିନ ଥିଲା ମାର୍ଚ୍ଚ ୧୨ ,୨୦୨୨ ତାରିଖ। ବର୍ତ୍ତମାନ ବର୍ଷକର ଏହି ଲମ୍ବା ସମୟ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ପରିସ୍ଥିତିରେ ନେତା ଖୋଜୁଛନ୍ତି ଜନତା , ଖୋଦ ବିଧାୟକଙ୍କ ସ୍ଥିତି କିପରି, ତାହାର ହିସାବ ନିକାସ କରିବାର ସମୟ କଣ ଅଛି ଏପର୍ଯ୍ୟନ୍ତ କିଛି ଜଣା ପଡ଼ିଲା ନାହିଁ ।
ଚିଲିକା ବିଧାୟକଙ୍କ ଉପରେ ଆରୋପ ଥିଲା ଯେ, ସେ ଲୋକଙ୍କୁ ଗାଡି ମଡାଇ ଦେଇଥିଲେ। ବର୍ତ୍ତମାନ କୋର୍ଟରେ ଏହି ମାମଲା ଚାଲିଥିବା ବେଳେ ଏହା କେତେ ସତ ତାହାର ରାୟ ଏ ପର୍ଯ୍ୟନ୍ତ ଆସି ନାହିଁ। ତେବେ ପୋଲିସ ରିପୋର୍ଟ ଆଧାରରେ ବିଧାୟକଙ୍କୁ ଗିରଫ କରାଗଲା ସେହି ଦିନ । ସେ ମଧ୍ୟ ଜେଲ ଯାଇଥିଲେ।
ସେତିକିରେ କଥା ସରିଲା ନଥିଲା , ତାଙ୍କୁ ଦଳରୁ ବହିସ୍କାର ମଧ୍ୟ କରିଥିଲେ ରାଜ୍ୟ ସରକାର । ଶେଷରେ ବିଧାୟକଙ୍କୁ ବର୍ଷକ ପାଇଁ ନିର୍ବାଚନ ମଣ୍ଡଳୀ ଯିବାକୁ କୋର୍ଟ ବାରଣ କରିଦେଇଥିଲେ । ଗୋଟିଏ ପଟେ ମାଡଖାଇ ରକ୍ତାକ୍ତ ହେବା, ଜେଲ ଯିବା, ଦଳରୁ ବହିସ୍କାର ହେବା ଏବଂ ନିର୍ବାଚନ ମଣ୍ଡଳି ଭିତରେ ପଶି ନ ପାରିବା ପ୍ରଭୃତି ନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ବହୁ ମୂଲ୍ୟ ଦେବାକୁ ପଡିଛି।
ଶେଷରେ ବିଜୁ ଜନତା ଦଳରେ ରହିବା ନିଜ ଧର୍ମ ପତ୍ନୀଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀକୁ ବିଭିନ୍ନ କାର୍ଯ୍ୟକ୍ରମ ରେ ପଠାଇ ଦଳକୁ ସୃଧୁଡ଼ ରଖିବା ପାଇଁ କର୍ମୀ ମାନଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରି ରାଜନୀତି ପଶା ପାଲିରେ ରହିବା ପାଇଁ ଇଛା ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *