ଚିକିଟୀ,ବ୍ରହ୍ମପୁର18/12/2023; ବ୍ଳକ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରମୋଦ କୁମାର ନାୟକ ଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶିବିର କୁ ସ୍ଥାନୀୟ ବିଧାୟିକା ତଥା ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ବଳନ ସହ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ, ଚିକିଟୀ ଅତିରିକ୍ତ ତହସିଲଦାର ଶାଶ୍ଵତୀ ସଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ ଆପନା ସେଠୀ , ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦିପା କୁମାରୀ ସାହୁ, ବ୍ଳକ ଉପାଧ୍ୟକ୍ଷା ଏମ୍ ରେଣୁକାମ୍ମା, ଏନ ଏ ସି ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ,ଗୋଷ୍ଟୀ ସ୍ୱାସ୍ଥ୍ୟ ଅଧିକାରୀ ମୋନଜ କୁମାର ପାଢ଼ୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ , ଉପଖଣ୍ଡ ସାମାଜିକ ଅଧିକାରୀ ସସ୍ମିତା କୁମାରୀ ସାହୁ, ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଶିବିର ରେ ଚିକିଟି ପଞ୍ଚାୟତ ସମିତି ର ୧୭ ପଞ୍ଚାୟତ ରୁ ଶାରିରୀକ ବାଧିତ, ଦୃଷ୍ଟି ବାଧିତ, ,ଶ୍ରବଣ ବାଧିତ , ମସ୍ତିସ୍କ ପକ୍ଷାଘାତ ଓ ମାନସିକ ଭିନ୍ନକ୍ଷମ ଏହିପରି 447 ଜଣ ପଞ୍ଜିକରଣ କରିଥିଲେ। ସେମାନଙ୍କୁ ଭତ୍ତା, ବ୍ୟକ୍ତିଗତ ଋଣ, ଟ୍ରାଇ ସାଇକେଲ ସହିତ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସାମାଜିକ ଅଧିକାରୀ ଜୟଦେବ ଚୌଧୁରୀ ,ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ, ବ୍ଲକର ସମସ୍ତ କର୍ମଚାରୀ,ଏନ ଏ ସି କର୍ମଚାରୀ, ସମସ୍ତ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚିକିଟୀ ମହାବିଦ୍ୟାଳୟ ର ଏନ ଏସ ଏସ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରକୃତି ମିତ୍ର ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା କୁମାର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଚିକିଟୀ ବ୍ଲକ ରେ ଭିର୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ, ଭତ୍ତା,ଟ୍ରାଇ ସାଇକେଲ ଓ ଋଣ ପ୍ରଦାନ କଲେ ମନ୍ତ୍ରୀ।
