ଫୋକସ ପ୍ଲସ (ସିମୁଳିଆ )୨୦/୦୬/୨୨: ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତ ଅଡା ଛକ ରେ ଥିବା ହରେକୃଷ୍ଣ ବିନ୍ଧା,ନରସିଂହ ବିନ୍ଧା ଙ୍କ ଚାରିବଖରା ଘର ଜଳି ପାଉଁଶ ହୋଇଯାଇଛି।ଆଜି ସକାଳେ ଚୁଲି ରୁ ନିଆଁ ପାଉଁଶ ବାହାର କରି ରଖିଥିଲେ ସେଥିରୁ ନିଆଁ ବାହାରି ଚାଳରେ ଲାଗିଯାଇଥିଲା ସଙ୍ଗେସଙ୍ଗେ ସବୁଠି ବ୍ୟାପୀ ଯାଇଥିଲା ଚାହୁଁଚାହୁଁ ସବୁ କିଛି ଜଳିଗଲା |ଖବର ପାଇ ଅଡ଼ା ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି।
ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |