ଚାଷ କରି ଖୁସିରେ ଚାଷୀ

ଫୋକସ ପ୍ଲସ (ନୂଆପଡା)୧୪/୦୭/୨୦୨୨: ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀଙ୍କ ମନରେ ଖୁସିର ଲହର ଦେଖିବାକୁ ମିଳିଛି ।ଜୁନ ମାସରେ କମ ବର୍ଷା ହୋଇଥିଲେ ମଧ୍ୟ ଚାଷି ନିଜ ଚାଷ କାର୍ଯ୍ୟରେ ଅବହେଳା କରିନଥିଲା ।ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଚାଷି ବିହନ କିଣି ନୀୟମିତ ଚାଷ କରୁଅଛି ।ବିହନ କେତେ ବେଲେ ଗଜା ହେଉ ନଥିବା ବେଳେ୨ରୁ୩ ଥର ପଯ୍ୟନ୍ତ ଚାଷି ବିହନ ବିକ୍ରୟ କେନ୍ଦ୍ର ରୁ ବିହନ କ୍ରୟକରି ଖଚ୍ଚାନ୍ତ ହେଉଛି ।ସାର ଠିକ ସମୟରେ ସରକାର ଯୋଗାଇ ଦେଲେ ଚାଷ କାର୍ଯ୍ୟରେ ସୁବିଧା ହୋଇ ପାରନ୍ତା । ଏହି ଲଘୁଚାପ ଜନିତ ବର୍ଷା ରେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପରିମାଣ ବର୍ଷା ହୋଇ ଥିବାରୁ ବେଉଁସା କାର୍ଯ୍ୟ ଶେଷ କରି ବେଶ ଖୁସି ଅନୁଭବ କରିଛି ।ଆଗାମୀ ଦିନରେ ଏହି ଚାଷ ନିମନ୍ତେ ସରକାର ଠିକ ସମୟରେ ସାର ସୁଲଭ ମୂଲ୍ୟରେ ଯୋଗାଇ ଦେଲେ ଆଷା ଠାରୁ ଆହୁରି ଅଧିକା ଧାନ ଅମଳ କରି ପାରନ୍ତୁ ବୋଲି ଚାଷି ଆଷାରଖିଛି।କିନ୍ତୁ ଏଠାରେ ଚାଷି ବେଶ ଚଢ଼ା ଦରରେ ସାର ମଳୁଛି ବୋଲି ଅଭିଯୋଗ କରୁଛି ।ସରକାର ଙ୍କ ସୁଲଭ ମୂଲ୍ୟ ଦୋକାନ ରେ ସୁଲଭ ମୂଲ୍ୟରେ ସାର ଯୋଗାଇ ଦେବାକୁ ଚାଷିମାନେ ଦାବୀ କରୁଛନ୍ତି ।

ସିନାପାଲି ରୁ ପତ୍ରବନ୍ଧୁ ବାଗ ଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *