ଚାମ୍ପିୟନ୍ସ ଟ୍ରଫି : ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ, ଦର୍ଶକ ନିରାଶ।

ରାଓ୍ବଲପିଣ୍ଡି: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସପ୍ତମ ମ୍ୟାଚ୍ ଫେବ୍ରୁଆରି ୨୫ତାରିଖରେ ରାଓ୍ଵଲପିଣ୍ଡିରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାର ଥିଲା, କିନ୍ତୁ ବର୍ଷା ସମସ୍ତ ଆଶାକୁ ଧୂଳିସାତ କରିଦେଇଛି । ଖରାପ ପାଗ ଯୋଗୁଁ ଟସ୍ ହୋଇପାରିନଥିଲା। ରାୱଲପିଣ୍ଡିରେ ସକାଳୁ ବର୍ଷା ହେଉଥିବାରୁ ପଡିଆରେ ପାଣି ଜମି ରହିଥିଲା। ମ୍ୟାଚ୍ ଆରମ୍ଭ ହେବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରିସ୍ଥିତିରେ ସୁଧାର ନ ଆସିବା ଫଳରେ ମ୍ୟାଚ୍ ରେଫରି ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି ।

Leave a Reply

Your email address will not be published. Required fields are marked *