ଚଳନ୍ତା ବସରୁ ଖସି ଜଣେ ମୃତ |

ଫୋକସ ପ୍ଲସ ୨୬/୧/୨୩(ଆନନ୍ଦପୁର):ଗତକାଲି ସନ୍ଧ୍ୟା ସମୟରେ ଘଟଗାଁରୁ ମା’ ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଅଘଟଣ। ଚଳନ୍ତା ବସରୁ ଜଣେ ଯୁବକ ଖସି ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବିର୍ସା ମୁଣ୍ଡା ଛକ ନିକଟରେ। ବସରେ ଭୁବନେଶ୍ୱର ଫୁଲନଖରା ଅଞ୍ଚଳର କିଛି ପର୍ଯ୍ୟଟକ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବିର୍ସା ମୁଣ୍ଡା ଛକ ନିକଟରେ ଚଳନ୍ତା ବସରୁ ଜଣେ ପର୍ଯ୍ୟଟକ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣାକୁ ଲୁଚାଇବାକୁ ପାଇଁ ବସରେ ମୃତକଙ୍କ ଶବ ନେଇଯାଉଥିବା ବେଳେ ଘସିପୁରା ପୋଲିସ ହସନପୁର ଟୋଲଗେଟ ନିକଟରେ ବିଶେଷସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ପରେ ଆମ୍ବୁଲାନ୍ସ ଯୋଗେ ମୃତ ଯୁବକଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ ହସନପୁର ଟୋଲଗେଟ୍ ନିକଟରେ ଥିବା ବସକୁ ଅଟକ ରଖିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *