ଫୋକସ ପ୍ଲସ ୧୮/୦୬/୨୨ (ବୋରିଗୁମ୍ମା): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସରକାରଙ୍କୁ ବିଧାନସଭା ଗୃହ ଭିତରେ ହେଉ କିମ୍ବା ଗୃହ ବାହାରେ ହରଣଘଣାରେ ପକାଇ ସବୁ ବେଳେ ଚର୍ଚ୍ଚିତ ଥାଆନ୍ତି । ସରକାର ଏବଂ ସରକାରୀ ଦଳର ନେତା ମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରି ମୁଖା ମୁଖା ଖୋଲି ମଧ୍ୟ ଦିଅନ୍ତି । ରାଜ୍ୟର ହିତ ପାଇଁ ବିଭିନ୍ନ ପ୍ରସଙ୍ଗରେ ବାଚସ୍ପତିଙ୍କ ଟେବୁଲ ପାଖରେ ହାଲାବୋଲ କରୁଥିବା ଜଣେ ମାତ୍ର ବିଧାୟକ ହେଉଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ବାହିନୀପତି ଓରଫ ସମସ୍ତଙ୍କର ପ୍ରିୟ ଭାଲୁ ଭାଇନା । ସେଇଥି ପାଇଁ ସାରା ଓଡ଼ିଶାରେ ଜଣେ ସଂଗ୍ରାମୀ ନେତା ଭାବରେ ସେ ବେଶ ପରିଚିତ । ଅନେକ ସମୟରେ ରାଜ୍ୟ ସହିତ କୋରାପୁଟ ଜିଲ୍ଲା ଏବଂ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଏହାର ସମାଧାନ କରିବାରେ ସେ ସିଧହସ୍ତ । ସେହିପରି ଜଣେ ଦରଦୀ,ମଜାଳିଆ ନେତା ବୋଲି ମଧ୍ୟ ବେସି ସମୟରେ ଦେଖାଯାଏ ।ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ…. ଲୋକଙ୍କ ସହିତ ନାଚ କରନ୍ତିତ ଯୁବକ ମାନଙ୍କ ସହିତ କ୍ରିକେଟ ,ଫୁଟବଲ ଖେଳି ମଜା ମଧ୍ୟ ନିଅନ୍ତି ବିଧାୟକ ।ଏହାକୁ ନେଇ ଓଡ଼ିଆ ଗଣମାଧ୍ୟମରେ ବେଶ ଚର୍ଚ୍ଚା ମାଡ଼ ହୁଏ । ବିଧାୟକଙ୍କ ସହିତ ମିଶିବା ପାଇଁ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ରୁଣ୍ଡ ହୋଇ ପଡନ୍ତି । ଲୋକଙ୍କୁ ଦେଖି ବାଜା ବାଜା ବାଜଣାରେ ଝୁମି ଉଠନ୍ତି ବିଧାୟକ । ଗତ ରଜରେ ଜୟପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଟାଙ୍କୁଆ ଗ୍ରାମ ପଞ୍ଚାୟତର ସିରିଗୁଡା ଠାରେ ରଜ ପର୍ବର ନାଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରଜ କୁମାରୀ ମାନଙ୍କ ସହ ନାଚକରି ଗୀତ ମଧ୍ୟ ଗାଇ ଲୋକଙ୍କ ମନ ମୁଗ୍ଧ କରି ଦେଇଛନ୍ତି ବିଧାୟକ ତାରା ବାହିନୀପତି ।
