ଘରେ ପ୍ରସ୍ତୁତ କରନ୍ତୁ, ମାଛ ଫ୍ରାଏ

ଆବଶ୍ୟକ ସାମଗ୍ରୀ
କଟା ମାଛ – ୫୦୦ ଗ୍ରାମ୍‍
ଅଦା ରସୁଣ ବଟା – ୫୦ ଗ୍ରାମ୍‍
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲେମ୍ବୁ ରସ – ୧ ଚାମଚ
ଜୁଆଁଣୀ – ଅଳ୍ପ
ବେସନ – ୨୦୦ ଗ୍ରାମ୍‍
ଅଣ୍ଡା – ୨ଟି
ଲୁଣ ସ୍ୱାଦ ଅନୁଯାୟୀ
ଦହି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏଥିରେ ଲୁଣ, ଲେମ୍ବୁ ରସ , ଅଦାରସୁଣ ବଟା, ଲଙ୍କା ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ବେସନ, ଦହି, ଅଣ୍ଡା, ଜୁଆଣୀ, ଲୁଣ ଓ ପାଣି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ପୂର୍ବରୁ ଥିବା ମାଛକୁ ପକାଇ ୧୦ ମିନିଟ୍‍ ବୁଡାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ଥିବା ମାଛକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ମାଛ ଉପରେ ଚାଟ୍‍ ମସଲା, ଧନିଆପତ୍ର,ଲେମ୍ବୁ ରସ ପକାଇ ଗରମାଗରମ ଖାଆନ୍ତୁ।

Leave a Reply

Your email address will not be published. Required fields are marked *