ଫୋକସ ପ୍ଲସ 27/12/2022(ଗୋପାଳପୁର): ଗୋପାଳପୁର ବେଳାଭୁମି ମୋହତ୍ସବରେ ଜମୁଛି ଦର୍ଶକ ଓ ପର୍ଯ଼୍ୟଟକଙ୍କ ଭିଡ। ତୃତୀୟ ରଜନିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନେ ମୁକ୍ତ ମଞ୍ଚରେ ନୃତ୍ୟ ପରିବେଶଣ କରିଥିବା ବେଳେ ବଲିଉଡର କମିଡୀ କିଙ୍ଗ ସୁନିଲ ଗ୍ରୋଭର୍ ଦିର୍ଘ ସମୟ ଧରି ଲୋକଙ୍କୁ ହସାଇ ଲୋକଙ୍କ ମାନ ମୁଗ୍ଧ କରିଥିଲେ ଏବଂ ଅନ୍ୟ ପଟେ ଅନ୍ତର୍ଜାତୟ ସ୍ତରରେ ନିଜର ଡାନ୍ସ ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ବ୍ରହ୍ମପୁର ର ପ୍ରିନ୍ସ ଡାନ୍ସ ଗ୍ରୁପ୍ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ବେଶ୍ ମନୋରଞ୍ଜନ କରିଥିଲେ। ସେପଟେ ମୋହତ୍ସବର ଅନ୍ୟତମ ଆକର୍ଷଣ ଥିଲା ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶନୀ ହୋଇଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ଓ ସାମଗ୍ରୀ ।କଳା ସଂସ୍କୃତିରେ ଭରପୁର ଗଞ୍ଜାମ ଜିଲ୍ଲା । ଏଥିଲାଗି ଗତ କିଛିବର୍ଷ ହେଲା ବେଳାଭୁମିର ବିକାସ ଲାଗି ଆୟୋଜିତ ହୋଇ ଆସୁଛି ଗୋପାଳପୁର ବେଳାଭୁମି ମୋହତ୍ସବ। ପ୍ରତିବର୍ଷ ଭଲି ଚଳିତ ବର୍ଷମଧ୍ୟ କ୍ୟାଲେଣ୍ଡର ଡେଟ ଅନୁଯ଼ାଇ 24 ତାରିଖ ଠାରୁ 28 ତାରିଖ ପର୍ଯ଼୍ୟନ୍ତ 5 ଦିନ ଧରି ମୋହତ୍ସବ ଅନୁ୍ଷ୍ଟିତ ହେବ।ମୋହତ୍ସବର ତୃତୀୟ ରଜନିରେ ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବଲିଉଡର କମେଡିଆନ ସୁନିଲ ଗ୍ରୋଭର ନିଜର କମିଡି ମାଧ୍ୟମରେ ଲୋକଙ୍କୁ ମନ ମୁଦ୍ଧ କରିଥିଲେ। ଦିର୍ଘ ସମୟ ଧରି ପରିବେସକୁ ବେସ ସରଗରମ କରିଥିଲା । ଦର୍ଶକ କଳା ଓ କଳାକାରଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବାର ଲକ୍ଷ ରଖିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କୁ ଧନ୍ୟବାଦ୍ ଦେଇଥିଲେ ।
