ଫୋକସ ପ୍ଲସ 6/12/2022(ବାଲିଗୁଡା): ବାଲିଗୁଡା ନୂଆଁସାହି ନିକଟ ବଜାରରେ ଦୁର୍ବୁତ୍ତଙ୍କ ଉନ୍ନତ କାଣ୍ଡ ।ଗୋଟିଏ ରାତ୍ରରେ ପୋଡିଲେ ତିନୋଟି ଦୋକାନ । ଦୁର୍ବୁତ୍ତ ମାନେ ଗୋଟିଏ ଜଳଖିଆ ଦୋକାନ,ପରିବା ଦୋକାନ ଓ ଗୋଟିଏ ଟାୟାର ଦୋକାନ ପୋଡିଥିବା ଜଣାପଡିଛି ।କୈଣସି ଦୁର୍ବୁତ୍ତ ରାତ୍ର ସମୟରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।ଆକ୍ରୋସ ମୁଳକ ଭାବରେ ନିଆାଁ ଲଗାଯାଇଥିବା କହିଛନ୍ତି ଟାୟାର ଦୋକାନୀ ମାଲିକ ସୁରେଶ ।ଏଭଳି ଘଟଣାକୁ ନିନ୍ଦା କରିବା ସହିତ ରାତ୍ରକାଳିନ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରିବାକୁ କହିଛନ୍ତି ସ୍ଥାନୀୟ ବାସିନ୍ଦା ।ବାଲିଗୁଡାରେ ପ୍ରବଳ ଶୀତ ଓ ଘନକୁହୁଡା ରାତ୍ର ସମୟରେ ହୋଉଥିବାରୁ ଏହାର ସୁଯୋଗ ନେଇ କୈଣସି ଦୁର୍ବୁତ୍ତ ଏଭଳି ଘଟଣା ଘଟାଇଥିବା ଜଣାପଡିଛି ।ଘଟଣା ସ୍ଥଳରେ ଫାୟାର ଗାଡି ନିଆଁ ଲିଭାଇବା ସହିତ ପୋଲିସ ଛାନଭିନ କରୁଥିବା ଦେଖିବାକୁ ମିଳିଛି ।ସିସି କ୍ୟାମେରା ଦେଖାଯିବା ପରେ ସମସ୍ତ ଘଟଣା ପଦାକୁ ଆସିବା ସହିତ ଦୋଷୀ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।
