ଗେଲ୍ ଏଣ୍ଡିଆ ପାଇପି ଲାଇନ୍ ର ଦାଦାଗିରି

ଫୋକସ ପ୍ଲସ ୧୨/୬/୨୨ (ଯାଜପୁର): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ମାନତୀରା ପଞାୟତ ରେ ଥିବା ମୁଖ୍ଯ ରାସ୍ତା କୁ ଗେଲ୍ ଇଣ୍ଡିଆ ଗ୍ଯାସ୍ ପାଇପି ଲାଇନ୍ ଯିବା ପାଇଁ ରାସ୍ତା କୁ ରାତିରେ କାଟିବା ଫଳ ରେ ଗ୍ରାମ ବାସି ମାନେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ସଂପୂକ୍ତ ସଂସ୍ଥା ସ୍ଥାନୀୟ କିଛି ଅସାମାଜିକ ଲୋକ ମାନଙ୍କୁ ସାହାୟ୍ଯ ରେ ମାନତୀରା ପଞାୟତ ରେ ଥିବା ଜଙ୍ଗଲ କୁ କାଟି ତାହା ଭିତରେ ପାଇପି ଲାଇନ୍ ନେବା ସହିତ ୧୧ କେଭି ଲାଇନ୍ ଯାଇଥିବା ଲାଇନ୍ ଖୁଣ୍ଟ କଡରେ ତାଡି ପାଇପି ବିଛାଇ ନେଉଥିବା ଦେଖିବାକୁ ମିଳିଛି। ଯାହା ଫଳ ରେ କୈଣସି ସମୟରେ କିଛି ବି ଅଘଟଣ ଘଟିପାରେ ଯାହା ର ସୂଚନା ବିଦୁତ୍ ବିଭାଗ ପାଖରେ ମଧ୍ଯ ନଥିବା ବିଦୁତ୍ ବିଭାଗ ର ଏସ୍ଡିଓ ସୂଚନା ଦେଇଛନ୍ତି।ତେଣୁ ଗ୍ରାମ ପଞାୟତ ରେ ଥିବା ଜଙ୍ଗଲ,ରାସ୍ତା ଓ ବିଦୁତ୍ ଖୁଣ୍ଟ କୁ ବିପଦ ରେ ପକାଇ କାର୍ୟ୍ଯ କରୁଥିବା ସଂସ୍ଥା କୁ କିଏ ସାହାସ ଦେଉଛି ବୋଲି ସାଧାରଣ ରେ ଆଲୋଚନା ହେଉଛି। ସଂପୃକ୍ତ ସଂସ୍ଥା ର ଅଧିକାରୀ ଙ୍କୁ ପଚାରିବା ପରେ ଜାଣିବା କୁ ମିଲିଛି। କି ସ୍ଥାନୀୟ କିଛି ଅସାମାଜିକ ବ୍ଯକ୍ତି ଙ୍କ ସାହାୟ୍ଯ ରେ ଏସବୁ ହେଉଥିବା ଆଲୋଚନା ହେଉଛି। ଯିଏକି ଚାନ୍ଦା ନେବା ପାଇଁ ସଂପୃକ୍ତ ସଂସ୍ଥା ସହିତ କଥା ବାର୍ତ୍ତା କରି ସମସ୍ତ ବେନିୟମ କାର୍ୟ୍ଯ କରିବା ପାଇଁ ସାହାସ ଦେଉଛିନ୍ତି। ଯଦି ନଷ୍ଟ କରିଥିବା ସମସ୍ତ ଜିନିଷ କୁ ଯଥା ଶୀଘ୍ର ଠିକ୍ ନକରିବ ତେବେ ଆଗକୁ ଆନ୍ଦୋଳନ କରିବା ପାଇଁ ଗ୍ରାମ ବାସି ପଛଘୁଞ୍ଚା ଦେବନାହିଁ ବୋଲି ପ୍ରତିକିୟା ରେ କହିଛନ୍ତି।

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *