ଗୃହ ବିଭାଗ ସମ୍ଭାଳିବେ ଦେବେନ୍ଦ୍ର ଫଡନାଭିସ୍

ଫୋକସ ପ୍ଲସ(ବ୍ୟୁରୋ)୦୮/୦୮/୨୦୨୨ : ଶିବସେନା ର ଲଗାତାର ବିରୋଧରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅସନରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ l ପରେ ଜୁନ 30 ରେ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ l ସେବେ ଠାରୁ ଦୁଇ ଜଣିଆ କ୍ୟାବିନେଟ ରେ ଚାଲୁଛି ମନ୍ତ୍ରୀ ମଣ୍ଡଳ l ତେବେ 15 ତାରିଖ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିବା ସୂଚନା ମିଳିଛି l ଅଧିକ ଆଶାୟୀ ପାର୍ଥି ଥିବାରୁ ସମ୍ପ୍ରସାରଣରେ ବିଳମ୍ବ ଘଟିଛି l ସେଥିପାଇଁ ବିରୋଧୀ ଦଳ NCP ର କଡା ସମାଲୋଚନା ର ଶିକାର ହେବାକୁ ପଡିଛି l ନୂତନ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ପରେ ଫଡନାଭିସ୍ ମନ୍ତ୍ରୀ ବିଭାଗ ଦାୟିତ୍ୱରେ ରହି ପାରନ୍ତି ବୋଲି ଶୁଣିବାକୁ ମିଳୁଛି l ଫଡନାଭିସ୍ କହିଛନ୍ତି 2024 ରେ ରାଜ୍ୟ ନିର୍ବାଚନରେ ବିଜେପି ଏବଂ ଶିବସେନା ଏକାଠି ଲଢ଼ିବେ l

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *