ଗୁଗୁଲ କୁ ୯୩୬ କୋଟିର ଜରିମାନା ଲଗାଇଲା ସିସିଆଇ

ଫୋକସ ପ୍ଲସ(ନୂଆଦିଲ୍ଲୀ): ବେଆଇନ ବାଣିଜ୍ୟିକ କାରବାର ପାଇଁ ଗୁଗୁଲ ଉପରେ ଲାଗିଛି ୯୩୬ କୋଟିର ଜରିମାନା । ଗୋଟିଏ ସପ୍ତାହରେ ଲାଗାତର ଦ୍ୱିତୀୟ ଥର ଲାଗି ଏହି କମ୍ପାନି ବିରୋଧରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) । ପ୍ଲେ ଷ୍ଟୋରରେ କମ୍ପାନି ଟାଳଟୁଳ ନୀତି ଅବଲମ୍ବନ କରିଥିବାର ଅଭିଯୋଗ ଆସିଛି । ନୀତି ବିରୋଧୀ ବାଣିଜ୍ୟ କାରବାରରୁ ଦୁରେଇ ରହିବା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରତିସ୍ପର୍ଦ୍ଧା ନୀତି ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ କାମ କରିବାକୁ କମ୍ପାନିକୁ ନିର୍ଦ୍ଦେଶ ରହିଛି ।

ଆଣ୍ଡ୍ରଏଡ ମୋବାଇଲ ଡିଭାଇସ କ୍ଷେତ୍ରରେ ବେଆଇନ କାର୍ଯ୍ୟକଳାପ ପାଇଁ ସିସିଆଇ ଗୁଗୁଲ ଉପରେ ଅକ୍ଟୋବର ୨୦ରେ ୧୩୩୭ କୋଟି ଟଙ୍କାର ଜରିମାନା ଲଗାଇଥିଲେ । ସେହିଭଳି ଅନଲାଇନ ସର୍ଚ୍ଚ କ୍ଷେତ୍ରରେ ନିୟମ ଉଲ୍ଲଘଂନ ନେଇ କମ୍ପାନି ଉପରେ ୨୦୧୮ ଫେବ୍ରୁଆରୀରେ ୧୩୬ କୋଟି ଟଙ୍କାର ଜରିମାନା ଲାଗିଥିଲା । ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛ ନୀତି ଆଣିବାକୁ ଗୁଗଲକୁ ନିର୍ଦ୍ଦେଶ ରହିଛି । ତେବେ ବର୍ତ୍ତମାନ ଲାଗୁ ହୋଇଥିବା ଜରିମାନା କମ୍ପାନିର ମୋଟ ବାର୍ଷିକ କାରବାରର ୭% ହୋଇଥିବାରୁ ଏହାର ବିଭିନ୍ନ ଦିଗ ଉପରେ ବିଚାର କରୁଥିବା କମ୍ପାନି କହିଛି ।

Leave a Reply

Your email address will not be published. Required fields are marked *