ଗାଡ଼ି ପଛରେ ବନ୍ଧା ହେଲେ ହନୁମାନ

ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ):ଦର୍ଶକ ବନ୍ଧୁ ଦେଖନ୍ତୁ କିଭଳି ଭାବେ ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ଗାଡିର ପଛ ପଟେ ବାନ୍ଧି ନିଆଯାଉଛି |ଏଭଳି ଭାବେ ଭଗବାନଙ୍କୁ ଅପମାନ କରାଯାଉଛି | ଆମର ହିନ୍ଦୁ ଶାସ୍ତ୍ରରେ ଦେବାଦେବୀଙ୍କୁ ଘରେ ଓ ମନ୍ଦିରରେ ରଖି ପୂଜା ପାଠ କରାଯାଇଥାଏ। ଏହାଦ୍ୱାରା ତାଙ୍କ ଆଶିଷ ଓ କୃପା ଆମକୁ ମିଳିଥାଏ। କିନ୍ତୁ ଆଜି କାଲିର ମଣିଷ ସମାଜ ସେହି ଦେବାଦେବୀକୁ ଅସମ୍ମାନ କରିବାକୁ ପଛାଉ ନାହିଁ। କେତେକ ଜାଗାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧି ନିଆଯାଉଛି ତ ଆଉ କେତେବେଳେ ବଜରଙ୍ଗବାଲିଙ୍କୁ ଜିନିଷପତ୍ର ବୋହି ନେଲା ଭଳି ଗାଡ଼ି ପଛରେ ବାନ୍ଧି ବୋହି ନିଆଯାଉଛି। ତେବେ ଏପରି ସମାନ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା ସାହାରପଡା ରାସ୍ତାରେ।କେନ୍ଦୁଝର ସହରରେ ପଡ଼ିଥିବା ମେଳା ସରିବା ପରେ ଦୋଳି ମାଲିକ ଜନିଷ ପତ୍ର ଗାଡ଼ିରେ ଲଦି ଗତକାଲି କରଞ୍ଜିଆ ନେଇଯାଉଥିଲେ | ଏହି ଦୋଳିରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନା କରାଯାଇଥିଲା। ହନୁମାନଙ୍କ ମୂର୍ତ୍ତିକୁ ମଧ୍ୟ ଦୋଳି ସାମଗ୍ରୀ ସହ ବାନ୍ଧି ନିଆ ଯାଉଥିଲା। ଦୋଳି ଜିନିଷ ରଖା ଯାଇଥିବା ପଛରେ ହନୁମାନଙ୍କୁ ଏକ ଦୌଡ଼ିରେ ବନ୍ଧା ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଗାଡ଼ିଟିକୁ ରାସ୍ତାରେ ଅଟକାଇ ବିରୋଧ କରିଥିଲେ। ଠାକରଙ୍କୁ ଗାଡ଼ି ଭିତରେ ରଖି ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା |ଏପରି ଘଟଣାକୁ ବଜରଙ୍ଗବାଲି ଦଳ ତୀବ୍ର ନିନ୍ଦା କରିଥିବାର ଜଣାପଡିଛି ।ତେବେ ବାରମ୍ବାର ବାରମ୍ବାର ଏଭଳି ଭାବେ ଠାକୁରଙ୍କୁ ଅସମ୍ମାନ କରାଯାଉଥିବାରୁ ବୃଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି। ସୂଚନା ଅନୁସାରେ,ଗତ କିଛି ମାସ ତଳେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଅସମ୍ମାନଜନକ ଢଙ୍ଗରେ ଲଦି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସଂପୃକ୍ତ ଟେଣ୍ଟହାଉସ୍‌ର ମାଲିକ ଏବଂ କର୍ମଚାରୀମାନେ କ୍ଷମା ମାଗିଥିଲେ।ତେବେ ଦର୍ଶକ ବନ୍ଧୁ ଏ ଘଟଣା କିଛି ନୂଆଁ କଥା ନୁହେ ଏମିତି ଆଗରୁ ଅନେକ ଥର ଅନେକ ଜାଗାରେ ମଧ୍ୟ ଭଗବାନଙ୍କୁ ଅପମାନିତ କରାଯାଇଥିବା ଦେଖିବାକୁ ମିଳିଛି | ହିନ୍ଦୁ ଧର୍ମରେ ଏଭଳି ଘଟଣା ସତରେ ନିନ୍ଦନୀୟ ଅଟେ |

Leave a Reply

Your email address will not be published. Required fields are marked *