ଗାତ ରେ ପଡି ଦୁଇ ଶିଶୁ କନ୍ୟା ମୃତ୍ୟୁ

ଫୋକସ ପ୍ଲସ 02/02/2023( ଚିତ୍ରକୋଣ୍ଡା) ଖାଲକୁ ଖସିପଡି ଗୁରୁବାର ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏନେଇ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ଡାକ୍ତର ମୁତ୍ୟୁ ଘୋଷଣା କରିଛନ୍ତି।ଚିତ୍ରକୋଣ୍ଡା ଢେପ ସାହିରେ ଏପରି ଦୁଃଖଦାୟକ ଘଟଣା ଘଟିଯାଇଛି! ସୁଭଦ୍ରା କମାର(୪) ଏବଂ ସୁମୀ ଜାନମ(୩) ଦୁହେଁ ଖେଳୁଥିବା ସମୟରେ ଠିକାଦାର ମାନେ ରାସ୍ତା କାମ ପାଇଁ ଗାତ କରି ପାଣି ରଖୁଥିଲେ ଏବଂ ରାସ୍ତା କାମ ସାରିବା ପରେ ଗାତ ଟି କୁ ଖୋଲା ଛାଡ଼ିଯାଇଥିଲେ!
ଯାହା ଫଳରେ ଆଜି ଏହି ଅଘଟଣ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *