ସୁନ୍ଦରଗଡ11/12(ଫୋକସ ପ୍ଲସ); ଗାଙ୍ଗପୁର ଆଦିବାସୀ ଜାଗରଣ ମଞ୍ଚ ପକ୍ଷରୁ ମାନବ ଅଧିକାର ଦିବସ ପାଳନ କରାଯାଇଛି | ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଏସ ରାଜନ ଏକ୍କା ଯୋଗଦେଇ ମାନବ ଅଧିକାର ଦିବସ ବିଷୟରେ ବୁଝାଇଥିଲେ ଏବଂ ଏ ଅଞ୍ଚଳରେ ଆଦିବାସୀ ମାନଙ୍କ ଉପରେ କିଭଳି ମାନବ ଅଧିକାର ଆଇନ ଉଲଂଘନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି, ଆଦିବାସୀଙ୍କର ଜାଗା ଜମିକୁ ସରକାର ଉଛେଦ କରି ପୁଞ୍ଜିପତି ମାନଙ୍କୁ ଦିଆଯାଉଛି, ସାଧାରଣ ଆଦିବାସୀ ମାନେ ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ଅକଥନୀୟ ନିର୍ଯ୍ୟାତନାରେ ଶିକାର ହେଉଛନ୍ତି | ଏହାକୁ ବିରୋଧ କରିବା ସହିତ ସରକାରଙ୍କୁ ସମାଲୋଚନା କରିଛନ୍ତି ଓ ସୁନ୍ଦରଗଡ଼ ଜିଲ୍ଲା ମାନବ ଅଧିକାର ର ମୁଖ୍ୟ କହିଛନ୍ତି ଆମେ ସବୁ ପ୍ରକାର ତାଙ୍କୁ ସୁବିଧା ସୁଯୋଗ ଯୋଗାଇଦେବୁ,ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଟ୍ୟ ପରିବେଷଣ କରି କିଭଲି ଶୋଷଣ ଓ ନିର୍ଯ୍ୟାତନା ଶିକାର ହଇଛନ୍ତି ଦେଖେଇଥିଲେ |
ଗାଙ୍ଗପୁର ଆଦିବାସୀ ଜାଗରଣ ମଞ୍ଚ ପକ୍ଷରୁ ମାନବ ଅଧିକାର ଦିବସ ପାଳନ |
