ଗାଇ ଗୋଠ ରାଜରାସ୍ତା

ଫୋକସ ପ୍ଲସ(ଦାନଗଦୀ)୧୮/୦୮/୨୦୨୨: ରାଜରାସ୍ତାରେ ଗାଇଗୋରୁ ଙ୍କ ରାଜୁତି ଦେଖିବାକୁ ମିଳୁଛି। ଯାହା କି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ମିଲେଟାରି ରୋଡ଼ ରେ ଦେଖିବାକୁ ପାଇବେ ଏହି ରାସ୍ତା ରାବଣା ଠାରୁ ଭିସା ଛକ ପର୍ଯ୍ୟନ୍ତ। ସଂନ୍ଧ୍ଯା ୫ ଟା ହେଲେ ଆଖପାଖ ଗାଁ ର ପ୍ରାୟ ଗାଈଗୋରୁ ଆସି ରାଜରାସ୍ତାରେ ସୋଇରହୁଛନ୍ତି। ଯାହା ଫଳରେ ସ୍ଥାନୀୟ କାରଖାନା ରୁ ଛୁଟି ହୋଇ ଆସୁଥିବା ଲୋକ ମାନେ ବହୁତ ହଇରାଣ ହେଉଛନ୍ତି। ତାହା ସ୍ଥାନୀୟ ଲୋକ ଙ୍କ ସହିତ ଯାନ ବାହାନ ଯିବା ଆସିବା ରେ ବହୁତ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଏଥିପାଇଁ ସଂପୂକ୍ତ ପଶୁ ବିଭାଗ, ଗାଈେଗାରୁ ମାନଙ୍କ ମାଲିକ, ସ୍ଥାନୀୟ ପୋଲିସ, ରାସ୍ତା ଯାଇଥିବା ପଞାୟତ ର କାର୍ୟ୍ଯକର୍ତ୍ତା କେହି ଧ୍ଯାନ ଦେଉନଥିବା ଯୋଗୁଁ ବହୁ ସମୟରେ ଦୁର୍ଘଟଣା ମାନ ହୋଇଥିବା ଦେଖିବାକୁ ମିଳୁଛି। ତେଣୁ ସାଧାରଣ ଲୋକ ମାନେ ଅନୁରୋଧ କରୁଛନ୍ତି କି ଯଦି ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦିଅନ୍ତି ତେବେ ବହୁତ ଦୁର୍ଘଟଣା ରୋକାଯାଇ ପାରନ୍ତା।

 

Leave a Reply

Your email address will not be published. Required fields are marked *