ଫୋକସ ପ୍ଲସ (ଅସ୍ତରଙ୍ଗ)୨୭/୦୭/୨୦୨୨: ପୂର୍ଣ୍ଣିମା ସମୟରେ ସମୁଦ୍ର ଜୁଆର ପାଣି ଗାଁ କୁ ମାଡ଼ିଆସୁଥିବା ହେତୁ ଲୋକେ ଗଛ ଲଗାଇ ସୁରକ୍ଷା ଦେଲେ ନଦୀ ବନ୍ଧକୁ
ମହାବାତ୍ୟା ପରେ ହୁଡୁହୁଡୁ, ଫନୀ,ତିତୀଲି ଭଳି ଅନେକ ବାତ୍ୟାରେ ଦୁଇଦୁଇ ଥର ଦୁଇଟି ଗାଁ ସମୂଦ୍ର ଗର୍ଭରେ ଭାସିଗଲା ପରେ ବି ତଣ୍ଡାହର, ଛେନୁହଁ ଗ୍ରାମବାସୀ ଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ନିଦାବିଷ୍ଣୁ ପାଲେଟିଥିବା ଦେଖିବାକୁ ମିଳିଛି, ଯାହା ଫଳରେ ସମୂଦରେ ପୂର୍ଣ୍ଣିମା ଯୁଆର ଆସି ନଦୀ ବନ୍ଧ ଭାଙ୍ଗି ଗାଁରେ ପାଣି ପଶି ଏକର ଏକର ଚାଷଜମି ରେ । ଯାହା ଫଳରେ ପାଣି ପଷି ନଷ୍ଟ ହେଉଛି ଧାନ ଫଷଲ ଏବେବି ଭୟଭୀତ ଦୁଇଟି ଗାଁର ଲୋକେ।ଶେଷରେ ନିଷ୍ପତ୍ତି ନେଇ ଦୁଇଟି ଗାଁର 300 ପରିବାର ର ଲୋକେ 5 ହଜାର ଲିମ୍ବ,କରଞ୍ଜ,ଛାମୁ ଗଛ ପରିବେଶ ବିତ୍ ଶରୋଜ ବାବୁଙ୍କ ଠାରୁ ଆଣି ନଦୀ ବନ୍ଧରେ ଲାଗିଇଥିବା ଦେଖିବାକୁ ମିଳିଛି । ସେପଟେ ୩ଶହ ପରିବାରର ଲୋକେ ନିଜକୁ ବଞ୍ଚାଇବା ସହ ଗାଁ କୁ ସୁରକ୍ଷା ଦେବାକୁ ଆଗେଇ ଚାଲିଲେ ମରାମତି କଲେ ଖାଇଯାଇଥିବା ନଦୀ ବନ୍ଧକୁ ହେଲେ ଅପେକ୍ଷା କରିଲେ ନାହିଁ ସ୍ଥାନୀୟ ପ୍ରଶାସନ ବା ଜିଲ୍ଲା ପ୍ରଶାସନ |
ଆମେ କହୁଛୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ତଣ୍ଡାହର, ଛେନୁହଁ ଓ ଊଦୟକଣୀ ଗାଁର କଥା। ବିଗତ ଦିନରେ ଦୁଇଟି ଗାଁ ସମୁଦ୍ର ଗର୍ଭରେ ବୁଡି ଯାଇଥିଲେ । ଏବେବି ଲୋକେ ବାତ୍ୟା ଓ ଲଘୁଚାପ ଖବର ପାଇଲେ ଭୟବୀତ୍ତ ହେଉଥିବା ବେଳେ ବିଗତ ଦିନର କଥା ମନେ ପଡିଲେ ଆଖିରେ ଆଖିଏ ଲୁହ ହୋଇଯାଉଛି ଏହି ସମୂଦ୍ର କୂଳରେ ବସବାସ କରୁଥିବା ଲୋକମାନଙ୍କର।ସବୁ କୋହକୁ ଛାତିରେ ଚାପି ନିଜେ ନିଜକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଗାଁ ଲୋକେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା ବେଳେ ସବୁ ହେଉଛି ବାଟ ବାରଣା ବୋଲି ଅଭିଯୋଗ କରୁଛନ୍ତି ଗାଁ ଲୋକେ।ଦୁଇ ଗାଁ ର ଲୋକମାନଙ୍କର। ନା ଅଛି ଭଲ ରାସ୍ତା , ନା ଅଛି ପିଇବା ପାଇଁ ଭଲ ପାଣି, ନା ଅଛି ମୁଣ୍ଡ ଗୁଜିବାକୁ ପକ୍କା ଘର ସବୁବେଳେ ସମୁଦ୍ର ପାଣି ମାଡିଆସିବା ଯୋଗୁଁ ଚାଷୀ ଙ୍କ ଚାଷଜମି ହେଉଛି ନଷ୍ଟ । ଅଦିନିଆ ବର୍ଷା ହେଲେ ଏବେବି ପିଲାଛୁଆ ଧରି ଧାଉଛନ୍ତି ବାତ୍ୟା ଆଶ୍ରୟ ସ୍ଥଳୀ କୁ। ଏପର୍ଯ୍ୟନ୍ତ ଲୁଣି ପାଣି ପିଇ ଅଳ୍ପ ବୟସରେ ମୃତ୍ୟୁବରଣ କରୁଛନ୍ତି ଲୋକେ। ଏ ନେଇ କ୍ରୀଡା ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ଙ୍କୁ ପଚାରିବାରୁ ସେ କୁହନ୍ତି ବିଗତ ଦିନର ଘଟଣା ଆମେ ଜାଣିଛୁ । ଏନେଇ କଣ ପଦକ୍ଷେପ ନିଆଯାଇପାରିବ ଆମେ ପଦକ୍ଷେପ ନେବୁ ।
ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଫୋକସ ପ୍ଲସ