ଗାଁରାସ୍ତାରେ ବସ୍ତା ବସ୍ତା ବେଆଇନ ଚୋରା କୋଇଲା

ଫୋକସ ପ୍ଲସ (ସିମୁଳିଆ)୨୨/୦୭/୨୦୨୨:ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ କଁଅରପୁର ଗ୍ରାମର ଜ୍ୟୋତିରଞ୍ଜନ ଦାସଙ୍କ ଘର ସାମ୍ନା ରାସ୍ତା ରେ ଆଜି ସକାଳେ ବେଆଇନ ବସ୍ତା ବସ୍ତା ଚୋରା କୋଇଲା ପଡିଥିବାର ଦେଖିବାକୁ ମିଳିଥିଲା।ଏହି କୋଇଲା କିଏ ନେଉଥିଲା ବା କେଉଁଠିକୁ ଯାଉଥିଲା କିଛି ସୂଚନା ମିଳିନାହିଁ ।ଏ ବାବଦରେ ସିମୁଳିଆ ପୋଲିସ କୁ ମଧ୍ୟ କିଛି ତେର ପାଉନି |ସିମୁଳିଆ ଅଞ୍ଚଳରେ ବେଆଇନ କୋଇଲା ଚୋରାଚାଲାଣ ହେଉଥିବା ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ କାହା ଇସାରାରେ ମାଫିଆ ମାନେ କୋଇଲା ଚୋରାଚାଲାଣ କରୁଛନ୍ତି ପୋଲିସକୁ ସତରେ କିଛି ଜାଣିନାହିଁ ନା ସବୁ ଜାଣିଶୁଣି ଚୁପ ରହିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ଏ ବାବଦରେ ଜ୍ୟୋତିରଞ୍ଜନ ଆଜି ସିମୁଳିଆ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ସିମୁଳିଆ ରୁ ସୁଶାନ୍ତ ନାୟକ।ଇଁ ରିପୋର୍ଟ ଫୋକସ ପ୍ଳୋସ ।

Leave a Reply

Your email address will not be published. Required fields are marked *