ଫୋକସ ପ୍ଲସ 7/1/2023( ଅନୁଗୁଳ): ଅନୁଗୋଳରେ ହାତୀ ଆତଙ୍କ ଜମା ଥମୁନାହିଁ। ଗାଁ ଗାଁରେ କକୁଆ ଭୟ। ଘରୁ ବାହାରିବାକୁ ଲୋକେ ଡରୁଛନ୍ତି। ଆଜି ସକାଳ ସମୟରେ ଅନୁଗୋଳ ବ୍ଲକ ଛେଳିଆପଡା ଗ୍ରାମର ସୁବାସ ବିଶ୍ୱାଳ ବୟସ (୬୦) ଘରୁ ବାହାରି ଗାଁ ପଡିଆ ଆଡେ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡି ପ୍ରାଣ ହରାଇଥିଲେ। ସେଇ ହାତୀ ଅଙ୍ଗାରବନ୍ଧ ଗ୍ରାମର ଅନିରୁଦ୍ଧ ସାହୁ ବୟସ (୫୦) ନିଜ ବଗିଚାରେ କାର୍ଯ୍ୟ କରୁଥିବା ବେଳେ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ସେଇପରି ବାରସିଂହା ଗ୍ରାମର ରମେଶ ସ୍ୱାଇଁ ବୟସ (୫୫) ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହରାଇଥିଲେ। ସେଇ ହାତୀ ପୁଣି ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଜାମ୍ବୁ ସାହିରେ ପହଞ୍ଚି ଅଜୟ ସାମଲ ବୟସ (୫୫) ଙ୍କୁ ଆକ୍ରମଣ କରିଥିଲା। ଗାଁ ଲୋକମାନେ ଅଜୟଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ତ୍ରୀ ଗ୍ରାମର କିଛି ଯୁବକ ସୁଚନା ଦେଇଛନ୍ତି। ଏହିପରି ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଚାରୋଟି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଫଳରେ ଆଖ ପାଖ ଗାଁରେ ଭୟର ବାତାବରଣ ଖେଳିଯାଇଛି।
