କଳାହାଣ୍ଡି ୩୦/୦୨/୨୦୨୪: ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ଗାଁକୁ ଯାଇପାରି ନଥିଲା ଆମ୍ବୁଲାନ୍ସ | ତିନି କିଲୋମିଟର ଟ୍ରେଚରରେ ଗର୍ଭବତୀ ମହିଳା ଙ୍କୁ ବୋହି ଆଣିଲେ କୋକସରା ଆମ୍ବୁଲାନ୍ସ କର୍ମଚାରୀ | ଜଙ୍ଗଲିଆ ରାସ୍ତା ହୋଇଥିବାରୁ ଗାଁ ପାଖକୁ ପହଞ୍ଚି ପାରି ନଥିଲା ଆମ୍ବୁଲାନ୍ସ |ପରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତି କରିଥିଲେ |ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ପଞ୍ଚାୟତ କୁଟରୁ ଗ୍ରାମରେ | ଗ୍ରାମର ଗର୍ଭବତୀ ମହିଳା ବିପିଆ ଖାଲୋ ଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଡକାଯା ଥିଲା | ହେଲେ ରାସ୍ତା ଠିକ ନଥିବାରୁ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏହି ଗ୍ରାମବାସୀ |ଏଥି ପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି | କାରଣ ଏଠି ରାଜ୍ୟ ସରକାର ଙ୍କ ପକ୍ଷରୁ ରାସ୍ତା ମରାମତି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି କୁଚି ନେତା ଓ ଠିକାଦାରଙ୍କ ଭିତିରିଆ ବୁଝାମଣା ଯୋଗୁଁ ଏମିତି ବାରମ୍ୱାର ଅସୁବିଧାର ସମ୍ମୁଖୀନ ହେଉଥିବା ସାଧାରଣରେ ମତ ପ୍ରକାଶ ପାଉଛି ।
ଗାଁ କୁ ନାହିଁ ଭଲ ରାସ୍ତା ଟିଏ,ପ୍ରସବ ବେଦନା ହେଲେ ବୁହା ହେଉଛନ୍ତି ନୀରିହ ପାହାଡିଆ ଗରିବ ମହିଳା ।
