ଫୋକସ ପ୍ଲସ(ବ୍ୟୁରୋ)୦୭/୦୮/୨୦୨୨ : ନିକଟରେ ଆଲିଆ ଭଟ୍ଟ ବ୍ରହ୍ମାସ୍ତ୍ରର ନୂତନ ଗୀତ ଲଞ୍ଚ କରିବା ପୂର୍ବରୁ ରଣବୀରଙ୍କ ସହ ପାପାରାଜି ପାଇଁ ପୋଜ୍ ଦେଉଥିବା ନଜର ଆସିଥିଲେ ।ଆଲିଆ ଏବଂ ରଣବୀରଙ୍କୁ ଏକାଠି ଦେଖି ପ୍ରଶଂସକଙ୍କ ମାନେ ବେଶ ଖୁସି ହୋଇଥିଲେ |ଆଲିଆ ଭଟ୍ଟ ଏକ ବାଦାମୀ ରଙ୍ଗର ସର୍ଟ ଡ୍ରେସରେ ଦେଖାଦେଇଥିଲେ | ଅଳିଆ ବ୍ରାଉନ ପୋଷାକରେ ବେଶ ସୁନ୍ଦର ଆକର୍ଷଣୀୟ ଦେଖା ଯାଉଥିଲେ ମଧ୍ୟ ସମାଲୋଚନା ର ଶିକାର ହୋଇଥିଲେ |
ଆଲିଆ ଭଟ୍ଟ ଆଜିକାଲି ତାଙ୍କ ପ୍ରେଗନେସି ସମୟକୁ ଉପଭୋଗ କରୁଛନ୍ତି | ଗର୍ଭାବସ୍ଥାରେ ମଧ୍ୟ ଆଲିଆ ସୁପର ଆକ୍ଟିଭ୍ ଜଣା ପଡୁଛନ୍ତି | ଫିଲ୍ମ ଡାର୍ଲିଙ୍ଗ୍ ରିଲିଜ୍ ହେବା ପରେ ଆଲିଆ ଭଟ୍ଟ ତାଙ୍କର ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରର ପ୍ରମୋସନ ଆରମ୍ଭ କରିଛନ୍ତି।ଏହି ସମୟରେ ଆଲିଆ ତାଙ୍କ ହବି ରଣବୀର କପୁରଙ୍କ ସହ ଦେଖାଦେଇଥିଲେ। ସୋସିଆଲ ମିଡିଆରେ ଆଲିଆ ଏବଂ ରଣବୀରଙ୍କ ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି |
ଆଲିଆ ଭଟ୍ଟ ବ୍ରହ୍ମାସ୍ତ୍ରର ନୂତନ ଗୀତ ଲଞ୍ଚ କରିବା ପୂର୍ବରୁ ପୂର୍ବ ଦିନ ରଣବୀରଙ୍କ ସହ ପାପାରାଜି ପାଇଁ ପୋଜ୍ ଦେଉଥିବା ବେଳେ ଦେଖାଯାଇଥିଲେ । ଆଲିଆ ଏବଂ ରଣବୀରଙ୍କୁ ଏକାଠି ଦେଖି ପ୍ରଶଂସକଙ୍କ ଖୁସିର କୌଣସି ସୀମା ରହିନଥିଲା |ବ୍ରାଉନ ପୋଷାକରେ ଅଳିଆଙ୍କ ବେବି ବମ୍ପସ ପ୍ରଥମ ଥର ପାଇଁ ଦେଖିବାକୁ ପାଇଁ ଥିଲେ ପ୍ରଶଂସକ |ମାତ୍ର ଗର୍ଭବତୀ ଅବସ୍ଥାରେ ହାଇ ହିଲ ପିନ୍ଧିଥିବା ଦେଖି ପ୍ରଶଂସକ ମାନଙ୍କର ଚିନ୍ତା ବଢିଯାଇଥିଲା, ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଏହା ସୁରକ୍ଷିତ ନୁହେଁ |
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |