ଗନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ହାତୀ ଆତଙ୍କ

ଫୋକସ ପ୍ଲସ(ପାଟଣାଗଡ)୦୯/୦୯/୨୦୨୨: ଭାଙ୍ଗିଲା ଦୁଇ ଘର ,ଲୋକଙ୍କ ମନରେ କୋକୁଆ ଭୟ |ଗନ୍ଧମାର୍ଦ୍ଦନ ପାହାଡ଼ର ପାଦ ଦେଶରେ ବ୍ରାହ୍ମଣୀ ଗାଁ ରେ କିଛିଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ହାତୀ ଆସି ଆତଙ୍କ କରୁଥିବା ଦେଖାଦେଇଛି । ଯାହା ଫଳରେ ଲୋକେ ରାତି ହେଲେ ଭୟଭିତ ହୋଇ ପଡୁଛନ୍ତି ।ଗତ ରାତିରେ ଗାଁର ପୁଷ୍ପା ରଣା ଓ କସ୍ତୁରୀ ରଣା ଙ୍କ ଘର ହାତୀ ଭାଙ୍ଗିଥିବା ଜଣା ଯାଇଛି । ସେହିପରି ଗାଁର ପ୍ରଗତି ଏସଏସଜି ପ୍ରସ୍ତୁତି କରିଥିବା ସଜନା ଚାରା କୁ ନଷ୍ଟ କରିଥିବା ବେଳେ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଜଙ୍ଗଲ ବିଭାଗ ତରଫରୁ ବନପାଳ ଅରବିନ୍ଦ ଧରୁଆ ସଦଲବଳେ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ସଚେତନ କରୁଥିବା ଜଣାଯାଇଛି । ଏ ନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ପଚାରିବାରୁ କିଛି ଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳ ରୁ ଦୁଇଟି ହାତୀ ଆସି ଉପଦ୍ରବ କରୁଥିବା କହିଥିବା ବେଳେ ଲୋକଙ୍କୁ ବନବିଭାଗ ତରଫରୁ ସଚେତନ କରାଯାଉଛି ଏବଂ ହାତୀ ଦ୍ୱାରା କ୍ଷତି ଗ୍ରସ୍ତ ଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଠିକ ବର୍ଷେ ତଳେ ବ୍ରାହ୍ମଣୀ ଗାଁର ଯାଦବ ରଣା ଙ୍କୁ ହାତୀ କଚାଡି ମାରିଥିଲା । ଏବେ ବର୍ଷେ ପରେ ପୁଣି ସେହି ଘରକୁ ଆସି ତାଙ୍କ ଘର ଭାଙ୍ଗିବା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *