ଗଣେଶପୂଜା କମିଟି ଆୟୋଜନ କଲା ବାଦିପାଲା

ଫୋକସ ପ୍ଲସ(କୋଣାର୍କ)୦୫/୦୯/୨୦୨୨: ବିଶ୍ବ ପ୍ରଶିଦ୍ଧ ସୂର୍ଯ୍ୟ ମନ୍ଦିର କଳା ଭାସ୍କର ରେ ଭରି ରହିଥିବା ବେଳେ, କୋଣାର୍କ ଥାନାଛକ ଗଣେଶ କମିଟି ପକ୍ଷରୁ ଥାନା ଛକରେ ଆଜକୁ ୭୨ବର୍ଷ ହେବ କରାଯାଉଛି ଗଣେଶ ପୂଜା ।ସବୁଠାରୁ ବଡ କଥା ଏହି ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ୫ ରୁ ୭ ଦିନ ଲାଗି କରାଯାଏ ବାଦି ପାଲା । ରାଜ୍ୟର ସମସ୍ତ ଜିଲ୍ଲାରୁ ବଛାବଛା ପାଲା ଗାୟକ ଏହି ମଞ୍ଚରେ ପରିବେଷଣ କରନ୍ତି ପାଲା ।ଯେଉଁଠି ଆଜିର ଯୁବପିଢ଼ି ମୋବାଇଲି, ନିଷାରେ ବୁଡ଼ି ରହୁଛନ୍ତି ,ସେମାନେ କିପରି ଆମର ପୌରାଣିକ ଗାଥା କୁ ଭୁଲି ନ ଯାଇ ଭଲ ବାଟ କୁ ଆଣିବା ପାଇଁ ଲୁଚି ଯାଉଥିବା ପାଲା ଏକମାତ୍ର ମାଧ୍ୟମ ବୋଲି କୁହନ୍ତି। ପୂଜା କମିଟି ର ସଭାପତି। ଓ ପାଲା ଗାୟକ ।ସାରା ରାଜ୍ୟରେ ଗଣେଶ ପୂଜା ଅବସରରେ ଅନେକ ମଞ୍ଚ ର ସମ୍ମୁଖରେ ଆଧୁନିକ ନୃତ୍ୟ ଗୀତ ପରିବେଷଣ କରି ମଜା ନେଉଥିବା ବେଳେ ବିଶ୍ଵ ପ୍ରସିଦ୍ଧ ଅର୍କ କ୍ଷେତ୍ର କୋଣାର୍କ ରେ ଅନେକ ବୁଦ୍ଧିଜୀବି ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଗଠିତ କମିଟି ନିଆରା ଢଙ୍ଗରେ ଓଡ଼ିଶା ର ବିଶିଷ୍ଟ ପାଲା ଗାୟକ ମାନଙ୍କୁ ନେଇ କରୁଛନ୍ତି ପାଲା ପରିବେଷଣ ।ଯେତେବେଳେ ଯୁବ ପିଢ଼ି ଆଧୁନିକତା ଓ ଇଣ୍ଟରନେଟ ରେ ଆସୁଥିବା ଅନେକ ପାରମ୍ପାରିକ ସଭ୍ୟତା ଉପରେ ଆଧାରିତ ଅନେକ ଦୃଶ୍ୟ କୁ ଦେଖିବାକୁ ଭଲ ପାଉନଥିବା ବେଳେ ଆଜିର ଦିନରେ ମଧ୍ୟ ପାଲା ମାଧ୍ୟମରେ ସମାଜର ଚାଲିଚଳଣି ଓ ସଂସ୍କୃତି କୁ ଗାୟକ ଆଜିର ମଞ୍ଚ ରେ ଉପସ୍ଥାପନା କରିବାରୁ ଏବେର ଯୁବ ପିଢ଼ି ଶିକ୍ଷାଲାଭ କରିବା ଦରକାର ବୋଲି ସେଠାରେ ଉପସ୍ଥିତ ରହି ପାଲା କୁ ଅତି ନିକଟରୁ ଉପଭୋଗ କରୁଥିବା ବୁଦ୍ଧିଜୀବୀ ଓ ଜ୍ଞାନି ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।ଗୋଟିଏ ପଟେ ଲୋକ କଳା ପାଲା ଲିନ୍ନ ହେବାକୁ ଯାଉଥିବା ବେଳେ ପାଲାକୁ କିପରି ସମ୍ମାନ ଦେଇ ବଜାୟ ରଖାଯିବ ସେଥିପାଇଁ ସମସ୍ତ ଯୁବପିଢ଼ି ଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କୋଣାର୍କ ଅଞ୍ଚଳ ବାସିନ୍ଦା ।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ ଫୋକସ୍ ପ୍ଲସ

Leave a Reply

Your email address will not be published. Required fields are marked *